ସିଙ୍ଗାପୁର ବିମାନବନ୍ଦରରେ ହାତ ଧରାଧରି ହୋଇ ଯାଉଥିବା ସମୟରେ କ୍ୟାମେରାରେ କଏଦ ଦେଲେ ପ୍ରିୟଙ୍କା-ନିକ୍‌

ମୁମ୍ବାଇ: ଗତ କିଛି ମାସ ମଧ୍ୟରେ ମନୋରଞ୍ଜନ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ବିଦେଶୀ ପ୍ରେମିକ୍‌ ନିକ୍‌ ଜୋନ୍‌ସ। ଅନେକ ଉତ୍ସବରେ ଏହି ଯୁଗଳ ଏବେ ଏକତ୍ର ନଜର ଆସୁଛନ୍ତି। ନିକଟରେ ପ୍ରିୟକଙ୍କା ଭାରତ ଆସିଥିବା ସମୟରେ ନିକ୍‌ ତାଙ୍କୁ ସାଥ୍‌ ଦେବାକୁ ଭାରତ ଆସିଥିଲେ। ଖାଲି ସେତିକି ନୁହେଁ, ପ୍ରିୟଙ୍କା ନିଜ ମାଆ ଓ ତାଙ୍କର କିଛି ବନ୍ଧୁଙ୍କ ସହ ମଧ୍ୟ ସେ ନିକ୍‌ଙ୍କ ସାକ୍ଷାତ କରାଇଥିଲେ। ଏପରିକି ପ୍ରିୟଙ୍କା ବି ନିକ୍‌ଙ୍କ ଜନ୍ମଦିନ ପାଳନ କରି ସଂପର୍କ ବିଷୟରେ ଲୋକଙ୍କର ସନ୍ଦେହକୁ ଆହୁରି ଟିକେ ଦୃଢ଼ିଭୂତ କରିଥିଲେ।

 

ପରବର୍ତ୍ତୀ ମୁହୂର୍ତ୍ତରେ ନିିକ୍‌ଙ୍କ ସହ ବିବାହ କରିବା ଉଦ୍ଦେଶ୍ୟରେ ପ୍ରିୟଙ୍କା ଅଲ୍ଲି ଆବାସ୍‌ ଖାନ୍‌ଙ୍କ ନିର୍ଦ୍ଦେଶିତ, ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାରତ’ ଚଳଚ୍ଚିତ୍ରକୁ ସୁଟିଂ ଅଧାରୁ ଛାଡ଼ିବା କଥା ସମସ୍ତଙ୍କୁ ଚକିତ କରିଥିଲା। ଏପରିକି କଥା ପ୍ରିୟଙ୍କାଙ୍କ ଜନ୍ମଦିନରେ ଦୁହେଁ ନିର୍ବନ୍ଧ କରିଥିବା ବେଳେ ଅକ୍ଟୋବର୍‌ରେ ବିବାହ କରିପରନ୍ତି ବୋଲି ଚର୍ଚ୍ଚା ହେଉଛି।

 

ବର୍ତ୍ତମାନ ପ୍ରିୟଙ୍କା ଓ ନିକ୍‌ ସିଙ୍ଗାପୁର୍‌ରେ ଦେଖିବାକୁ ମିଳିଛନ୍ତି। ନିକ୍‌ ସିଙ୍ଗାପୁର୍‌ରେ ନିଜ ପ୍ରଶଂସକଙ୍କ ସକାଶେ ମ୍ୟୁଜିକ୍‌ ପର୍‌ଫର୍ମ କରିବେ। ସେଠାରେ ଉଭୟ ପ୍ରିୟଙ୍କା ଓ ନିକ୍‌ ହାତ ଧରାଧରି ହୋଇ ଚାଲୁଥିବା ଅବସ୍ଥାରେ ସିଙ୍ଗାପୁର୍‌ ବିମାନବନ୍ଦରରେ ଦେଖିବାକୁ ମିଳିଛନ୍ତି। ସେ ଦୁହେଁ କଳା ପୋଷାକରେ ଥିବା ଅବସ୍ଥାରେ ଦେଖିବାକୁ ମିଳିଛନ୍ତି।

ସମ୍ବନ୍ଧିତ ଖବର