ନିଶା ଅମ୍ବାନୀଙ୍କ ନିର୍ବନ୍ଧ ଉତ୍ସବରେ ନଜର ଆସିଲେ ପ୍ରିୟଙ୍କା ଓ ନିକ୍‌

ମୁମ୍ବାଇ: ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ଟର୍ଣ୍ଣଡ୍‌ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ମଙ୍ଗେଦର୍‌ ନିକ୍‌ ଜୋନ୍‌ସ। ପୂର୍ବରୁ ଏହି ଯୋଡ଼ି ପରସ୍ପର ସହ ବିଭିନ୍ନ ଉତ୍ସବ ଓ ବିଭିନ୍ନ ସ୍ଥାନରେ ଏକତ୍ର ନଜର ଆସିଛନ୍ତି। ପୂର୍ବରୁ ସେମାନେ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ପୁଅ ଅକାଶ ଅମ୍ବାନୀ ଓ ଶ୍ଳୋକା ମେହେଟାଙ୍କ ନିର୍ବନ୍ଧ ଉତ୍ସବରେ ଯୋଗ ଦେଇଥିବା କଥା ଗଣାମାଧ୍ୟମରେ ଦେଖିବାକୁ ମିଳିଥିଲା। ନିକଟରେ ଏହି ଯୋଡ଼ି ଆକାଶଙ୍କ ଭଉଣୀ ନିଶା ଅମ୍ବାନୀ ଓ ଆନନ୍ଦ ପିରାମିଲ୍‌ଙ୍କ ନିର୍ବନ୍ଧ ଉତ୍ସବରେ ଇଟାଲୀଠାରେ ଦେଖିବାକୁ ମିଳିଛନ୍ତି।

 

ଉଭୟ ପ୍ରିୟଙ୍କା ଓ ନିକ୍‌ ବଲିଉଡ୍‌ର ଜଣାଶୁଣା ଡିଜାଇନର୍‌ ମନୀଷ ମଲେହୋତ୍ରାଙ୍କ ତିଆରି ପୋଷାକ ପିନ୍ଧି ଏକଦମ ସ୍ୱତନ୍ତ୍ର ଦିଶୁଥିବାର ନଜର ଆସିଥିଲେ। ପ୍ରିୟଙ୍କା ଏକ ଡିଜାଇନିଂ ଶାଢ଼ିରେ ଦେଖିବାକୁ ମିଳିଥିବା ବେଳେ ନିକ୍‌ କଳା ରଂଗର ଏକ ଡିଜାଇନିଂ କୁର୍ତ୍ତାରେ ନଜର ଆସିଥିଲେ। ଏହି ଦୁଇ କୌତୁକିଆ ଯୋଡ଼ିଙ୍କ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ କରିଛନ୍ତି ଡିଜାଇନର୍‌ ମନୀଷ ମାଲହୋତ୍ରା।

ସମ୍ବନ୍ଧିତ ଖବର