ପ୍ରମିଜ୍‌ ରିଙ୍ଗ୍‌ ପିନ୍ଧିଛନ୍ତି ପ୍ରିୟଙ୍କା ଓ ନିକ୍‌, ଦୁହିଁଙ୍କ ଆଙ୍ଗୁଠିରେ ଅଛି ଏକ ପ୍ରକାରର ମୁଦି

ମୁମ୍ବାଇ: ଆମେରିକୀୟ କଣ୍ଠଶିଳ୍ପୀ ନିକ୍‌ ଜୋନାସ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ମୁମ୍ବାଇ ଆସିଥିଲେ ତାଙ୍କ ମାଆ ମଧୁ ଚୋପ୍ରାଙ୍କୁ ଭେଟିବାକୁ। ଗୁରୁବାର ଏହି ଚର୍ଚ୍ଚିତ ଯୁଗଳ ମୁମ୍ବାଇରେ ପହଞ୍ଚିବା ପରେ ମଧୁ ଚେପ୍ରାଙ୍କୁ ମୁମ୍ବାଇର ବାନ୍ଦ୍ରାଠାରେ ଥିବା ଏକ ରେଷ୍ଟୁରାଣ୍ଟରେ ଭେଟି ସେଠାରେ ସମସ୍ତେ ସାଙ୍ଗ ଭୋଇ ରାତ୍ରୀ ଭୋଜନ କରିଥିଲେ। ସେ ଦୁହେଁ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ନକରିଥିଲେ ବି ଏକଥା ସେମାନଙ୍କ ସଂପର୍କକୁ ସ୍ପଷ୍ଟ କରୁଛି।

ଏବେ ପୁଣି ଦୁହିଁଙ୍କ ହାତରେ ଦେଖିବାକୁ ମିଳିଛି ସମାନ ମୁଦି। ତାହାକୁ ଆଜିକାଲି ପିଢ଼ିର ଲୋକେ ‘ପ୍ରମିଜ୍‌ ରିଙ୍ଗ୍‌’ ବୋଲି କହୁଛନ୍ତି। ଏହି ରଙ୍ଗ୍‌ ଦୁଇଟି ଯାକ ଗୋଟାଏ ପ୍ରକାରର ହୋଇଥାଏ। କେବଳ ଆକୃତିରେ ଭିନ୍ନତା ରହିଥାଏ। ଏହାକୁ କେହି କେହି କପଲ୍‌ ରିଙ୍ଗ୍‌ ବୋଲି ବି କହିଥାନ୍ତି। ତାହା ଏବେ ପ୍ରିୟଙ୍କା ଓ ନିକ୍‌ଙ୍କ ଆଙ୍ଗୁଠିରେ ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଆମେରିକୀୟ କଣ୍ଠଶିଳ୍ପୀ ନିକ୍‌ ଜୋନାସ୍‌ଙ୍କ ନାମ ସହ ଅନେକ ଦିନ ହେବ ଯୋଡ଼ି ହୋଇଛି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନାମ। ଭାରତ ଆସିଥିବା ମଉକାରେ ପ୍ରିୟଙ୍କା ତାଙ୍କ ପ୍ରେମିକ ନିକ୍‌ଙ୍କ ସହ ମାଆ ମଧୁ ଚୋପ୍ରାଙ୍କ ବ୍ୟତୀତ ନିଜର ବଲିଉଡ୍‌ ସହ-କଳାକାରଙ୍କ ସହ ସାକ୍ଷାତ ମଧ୍ୟ କରାଇଛନ୍ତି। ଶୁକ୍ରବାର ରାତିରେ ପ୍ରିୟଙ୍କା ନିଜର ସମୂଦ୍ର କୂଳିଆ ଆପାର୍ଟମେଣ୍ଟ୍‌ରେ ଏକ ଡିନର୍‌ ପାର୍ଟିର ଅୟୋଜନ କରିଥିଲେ। ଦେଖିବାକୁ ମିଳିଛି ଯେ ସେହିଦିନ ରାତିରେ ପ୍ରିୟଙ୍କାଙ୍କ ଘରକୁ ତାଙ୍କ ସଂପର୍କୀୟା ଭଉଣୀ ପରିଣୀତି ଚୋପ୍ରା ଏବଂ ଆଲିଆ ଭଟ୍ଟ ମଧ୍ୟ ପ୍ରବେଶ କରିଥିଲେ।

ସମ୍ବନ୍ଧିତ ଖବର