ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ ଓ ଆମେରିକୀୟ କଣ୍ଠଶିଳ୍ପୀ ନିକ୍ ଜୋନସ ଡିସେମ୍ବର ୨୦୧୮ରେ ବିବାହ କରିଥିଲେ। ନିକଙ୍କ ପୂରା ପରିବାର ଆସି ଭାରତରେ ପହଞ୍ଚିବା ପରେ ବରକନ୍ୟା ସପରିବାର ଯୋଧପୁରର ଉମୈଦ ଭବନରେ ପହଞ୍ଚିଥିଲେ। ଦୀର୍ଘ ୪ଦିନ ଧରି ବିବାହର ବିଭିନ୍ନ କାର୍ଯ୍ୟକ୍ରମ ସେଠାରେ ହେବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ଦୁହିଁଙ୍କ ବିବାହକୁ ଏବେ ବର୍ଷେ ପୂରି ସାରିଥିବା ବେଳେ ଉମୈଦ ଭବନ ହୋଟେଲ ପକ୍ଷରୁୁ ଏକ ବଡ଼ ଖୁଲାସା କରାଯାଇଛି।
ବିବାହ ସମୟରେ ୪ ଦିନର କାର୍ଯ୍ୟକ୍ରମରେ ନିକ୍-ପ୍ରିୟଙ୍କା କେତେ ଟଙ୍କା ଖର୍ଚ୍ଚ କରିଥିଲେ, ତାହା ହୋଟେଲ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ମୁତାବକ, ୪ଦିନ ପାଇଁ ଦୁହେଁ ୩କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ପୂରା ହୋଟେଲକୁ ବୁକ୍ କରାଯାଇଥିବା ବେଳେ ବାହାର ଲୋକଙ୍କ ପ୍ରବେଶକୁ ନିଷେଧ କରାଯାଇଥିଲା। ତେବେ ନିଜ ବିବାହକୁ ଖାସ୍ କରିବା ପାଇଁ ପ୍ରିୟଙ୍କା ଉମୈଦ ଭବନକୁ ବାଛିଥିବା ବେଳେ ତାଙ୍କ ବିବାହ ୨୦୧୮ର ସବୁଠାରୁ ଚର୍ଚ୍ଚିତ ବିବାହ ଥିଲା।
/sambad/media/post_attachments/be5ed520d6bab0d93e713d6091e2b9f370772bc55109a7e2fe315867cf8cf454.jpeg)
ତେବେ ପ୍ରିୟଙ୍କା-ନିକଙ୍କ ବିବାହକୁ ନେଇ ଏକ ୱେବ୍ ସିରିଜ୍ ତିଆରି ହେଉଥିବା ବେଳେ ଏହାକୁ ଆମାଜନ୍ ପ୍ରାଇମରେ ରିଲିଜ୍ କରାଯିିବ ବୋଲି ଜଣାପଡ଼ିଛି।