ଭାରତ ଛାଡ଼ିବା ପରେ ରାଗିଥିଲେ କି ସଲମାନ? ଏଭଳି ଉତ୍ତର ଦେଲେ ପ୍ରିୟଙ୍କା

ମୁମ୍ବାଇ : ଦୀର୍ଘ ସମୟ ଧରି ବଲିଉଡ୍‌ରୁ ଦୂରରେ ଥିବା ବେଳେ ଏବେ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ଜରିଆରେ ବଲିଉଡ୍‌କୁ ଫେରୁଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ତେବେ ପ୍ରଥମେ ସେ ସଲମାନଙ୍କ ଅଭିନୀତ ଫିଲ୍ମ ‘ଭାରତ’କୁ ବାଛିଥିଲେ । ଏମିତିକି ଫିଲ୍ମର କିଛି ଭାଗ ସୁଟିଂ ମଧ୍ୟ ହୋଇ ସାରିଥିଲା । କିନ୍ତୁ ପ୍ରିୟଙ୍କା ଫିଲ୍ମକୁ ଅଧାରୁ ଛାଡ଼ି ଦେଇଥିଲେ । ପ୍ରିୟଙ୍କାଙ୍କ ହଠାତ୍‌ ଏଭଳି ନିଷ୍ପତ୍ତି ଫିଲ୍ମର ନିର୍ଦ୍ଦେଶକ-ପ୍ରଯୋଜକଙ୍କ ସମେତ ସଲମାନଙ୍କୁ ମଧ୍ୟ ଶକ୍ତ ଧକ୍କା ଦେଇଥିଲା । ଯାହା ପରେ ପ୍ରିୟଙ୍କାଙ୍କ ସ୍ଥାନରେ କ୍ୟାଟ୍ରନାଙ୍କୁ ନିଆଯାଇଥିଲା ।

Image result for priyanka-chopra-finally-reacts-on-salman-khan-jibes-on-leaving-bharat
India TV

ସେ ସମୟରେ ଏହି ଖବରକୁ ନେଇ ଅନେକ ଚର୍ଚ୍ଚ ହୋଇଥିବା ବେଳେ ସଲମାନ ଓ ପ୍ରିୟଙ୍କାଙ୍କ ମଧ୍ୟରେ ଥିବା ସଂପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଏ ନେଇ ଏବେ ପ୍ରିୟଙ୍କାଙ୍କୁ ପଚରାଯିବା ପରେ ସେ କହିଛନ୍ତି, ଯଦି ମୋତେ ଏହି ବିଷୟରେ କୌଣସି ପ୍ରତିକ୍ରିୟା ରଖିବାର ଥାନ୍ତା, ତେବେ ମୁଁ କେବେଠୁ ରଖି ସାରିଥାନ୍ତି । ସଲମାନ ଜଣେ ଭଲ ଅଭିନେତା । ମୁଁ ସବୁବେଳେ ତାଙ୍କର ପ୍ରଶଂସା କରିଛି । ସେ ମୋର ଏବଂ ନିକ୍‌ଙ୍କ ବିବାହ ଭୋଜିକୁ ଆସିଥିଲେ ଏବଂ ଆମେ ଦୁହେଁ ତାଙ୍କ ଘରକୁ ଯାଇଥିଲୁ । ମୁଁ ତାଙ୍କ ଭଉଣୀ ଅର୍ପିତାଙ୍କର ଜଣେ ଭଲ ବନ୍ଧୁ। ମୋର ଫିଲ୍ମ ଛାଡ଼ିବାକୁ ନେଇ ଆମ ସଂପର୍କ ମଧ୍ୟରେ କୌଣସି ପ୍ରଭାବ ପକାଇ ନାହିଁ ।

ସମ୍ବନ୍ଧିତ ଖବର