ପ୍ରିୟଙ୍କାଙ୍କ ବିବାହ ପରେ ନିର୍ବନ୍ଧ କଲେ ଭାଇ ସିଦ୍ଧାର୍ଥ, ସ୍ୱାମୀ ନିକ୍‌ଙ୍କ ସହ ଦିଲ୍ଲୀରେ ପହଞ୍ଚିଲେ ପ୍ରିୟଙ୍କା

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ପ୍ରେମିକ ନିକ୍‌ ଜୋନ୍‌ସଙ୍କ ସହ ଗତ ବର୍ଷ ବିବାହ କରିଥିଲେ । ଯୋଧପୁରରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଆମେରିକା ଫେରି ଯାଇଥିଲେ । ଏବେ ବିବାହର ୩ ମାସ ପରେ ପ୍ରିୟଙ୍କା ପୁଣି ଦିଲ୍ଲୀ ଫେରିଛନ୍ତି । ପ୍ରଥମେ ତାଙ୍କର ଦିଲ୍ଲୀ ଫେରିବାର କାରଣ ଜଣା ପଡ଼ି ନ ଥିବା ବେଳେ ପରେ ସେ ଭାଇ ସିଦ୍ଧାର୍ଥଙ୍କ ନିର୍ବନ୍ଧ ପାଇଁ ଆସିଥିବା ଜଣା ପଡ଼ିଥିଲା ।

ନିଜ ଭାଇ ସିଦ୍ଧାର୍ଥ ଏବଂ ତାଙ୍କ ଭାବିପତ୍ନୀଙ୍କ ଫଟୋ ଇନ୍‌ଷ୍ଟାରେ ସେୟାର କରି ପ୍ରିୟଙ୍କା ତାଙ୍କୁ ନିର୍ବନ୍ଧ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଯାହା ପରେ ଖବରଟି ସାମ୍ନାକୁ ଆସିଥିଲା । ଫଟୋ ସେୟାର କରି,  “ତୁମ ପାଇଁ ଗର୍ବିତ । ଇଶିତା ଆମ ପରିବାରକୁ ସ୍ୱାଗତ । ତୁମେ ଦୁହେଁ ସାଥୀରେ ବହୁତ ସୁନ୍ଦର ଲାଗୁଛ । ରୋକାର ଶୁଭେଚ୍ଛା” ବୋଲି ଲେଖିଥିଲେ ପ୍ରିୟଙ୍କା, ଯାହା ପରେ ଖବରଟି ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର