କ୍ୟାମେରା ଆଗରେ ମହିଳା ପିନ୍ଧିଥିବା ଶାଢ଼ି ଖୋଲିଯିବାରୁ ତୁରନ୍ତ ଯାଇ ଏଭଳି ସାହାଯ୍ୟ କଲେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ : ଅନ୍ତର୍ଜାତୀୟ ସ୍ତରରେ ନାଁ କମାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏଇ କିଛି ଦିନ ହେଲାଣି ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ତାଙ୍କୁ ୟୁନିସେଫ୍‌ ତରଫରୁ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଥିବା ବେଳେ ଏବେ ସେ କରିଥିବା କାମ ପାଇଁ ଲୋକେ ତାଙ୍କର ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ହଠାତ୍‌ ଲୋକମାନଙ୍କ ଆଗରେ ଜଣେ ମହିଳାଙ୍କ ଶାଢ଼ି ଖସିଯିବାରୁ ପ୍ରିୟଙ୍କା ଯେଉଁଭଳି ଭାବେ ଯାଇ ତାଙ୍କୁ ଶାଢ଼ି ପିନ୍ଧାଇଥିଲେ, ତାକୁ ନେଇ ଲୋକେ ଏବେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି । ଶାଢ଼ି ପିନ୍ଧାଇବା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ପ୍ରିୟଙ୍କାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି । ତେବେ ପ୍ରିୟଙ୍କା କେଉଁ ଇଭେଣ୍ଟକୁ ଯିବା ସମୟରେ ଏଭଳି ଘଟଣା ଘଟିଥିଲା, ତାହା ସ୍ପଷ୍ଟ ହୋଇ ନାହିଁ ।

ପେଶାଦାର ଜୀବନକୁ ଦେଖିବାକୁ ଗଲେ ପ୍ରିୟଙ୍କା ଏବେ ନିଜର ଆଗାମୀ ଫିଲ୍ମ ଦ ସ୍କାଏ ଇଜ୍‌ ପିଙ୍କକୁ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ପାଇଁ ସେ ଭାରତ ଭଳି ଫିଲ୍ମ ଛାଡ଼ିଥିଲେ ବୋଲି କହିବା ସହ ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର