ଭାରତର ଏହି ସ୍ଥାନକୁ ଚାହିଁ ବି ଯାଇ ପାରିବେ ନାହିଁ ନିକ୍‌ ଜୋନ୍‌ସ, କାରଣ ଜାଣି ଚିନ୍ତାରେ ପ୍ରିୟଙ୍କା

ମୁମ୍ବାଇ : ବିବାହ ପରେ ନିକ୍‌ୟାଙ୍କା ପରସ୍ପର ସହ ସମୟ କଟାଇବା ଆରମ୍ଭ କରିଥିଲେ । ନୂଆ ବର୍ଷକୁ ସୁଇଜରଲାଣ୍ଡରେ ନିଜ ପରିବାର ଲୋକଙ୍କ ସହ ପାଳନ କରି ଅନେକ ଫଟୋ ସେୟାର କରିଥିଲେ ପ୍ରିୟଙ୍କା, ଯାହା ଭାଇରାଲ ହୋଇଥିଲା । ଏବେ ପ୍ରିୟଙ୍କା ଆମେରିକାରେ ଥିବା ବେଳେ ଖୁବ୍‌ ଶୀଘ୍ର ସେ ନିଜର ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ’ର ସୁଟିଂ ପାଇଁ ଭାରତ ଫେରିବେ ବୋଲି ଜଣାପଡ଼ିଛି । ଫିଲ୍ମର ସୁଟିଂ ଆଣ୍ଡାମାନ ନିକୋବରରେ ହେବାକୁ ଥିବା ବେଳେ ପ୍ରିୟଙ୍କାଙ୍କୁ ଭିସା ମିଳିସାରିଛି । ତେବେ ଫିଲ୍ମର ସୁଟିଂ ସମୟରେ ନିକ୍‌ ମଧ୍ୟ ପ୍ରିୟଙ୍କାଙ୍କ ସହ ରହିବାକୁ ଚାହୁଁଥିବା ବେଳେ ଚାହିଁ ବି ସେ ଆଣ୍ଡାମାନ ଯାଇ ପାରିବେ ନାହିଁ ବୋଲି ଜଣା ପଡ଼ିଛି ।

billboard.com

ସୂଚନା ମୁତାବକ, ଫିଲ୍ମ ସୁଟିଂ ଆଣ୍ଡାମାନର ଯେଉଁ ସ୍ଥାନରେ ହେବାକୁ ଯୋଜନା କରାଯାଉଛି ତାହା ପ୍ରତିବନ୍ଧିତ ଅଞ୍ଚଳ ହୋଇଥିବା ସହ ସେଠାକୁ ବିଦେଶୀମାନଙ୍କ ଆଗମନକୁ ବନ୍ଦ କରି ଦିଆଯାଇଛି । ଗତ ବର୍ଷ ଆଣ୍ଡାମାନର ବାସିନ୍ଦା ସୁଟିଂ ହେବାକୁ ଥିବା ସ୍ଥାନରେ ଜଣେ ଆମେରିକୀୟ ଯୁବକଙ୍କୁ ହତ୍ୟା କରିଥିଲେ । ଯାହାର ସମାଧାନ ଏ ପର୍ଯ୍ୟନ୍ତ ହୋଇ ପାରି ନାହିଁ । ଥରେ ଏଭଳି ଘଟଣା ଘଟିବା ପରେ ସେଠାକୁ ବିଦେଶୀ ଯୁବକମାନଙ୍କୁ ଯିବା ପାଇଁ ମନା କରି ଦିଆଯାଇଛି । ଏହି କାରଣ ପାଇଁ ନିକ୍‌ଙ୍କୁ ଆଣ୍ଡାମାନର ଭିସା ନ ମିଳିପାରେ ବୋଲି ଆଶଙ୍କା କରାଯାଉଛି ।

ସମ୍ବନ୍ଧିତ ଖବର