ଇନ୍‌ଷ୍ଟାରେ ଗୋଟେ ପୋଷ୍ଟ ପାଇଁ ୧.୮୭କୋଟି ଟଙ୍କା ନିଅନ୍ତି ପ୍ରିୟଙ୍କା ଚୋପ୍ରା, ଜାଣନ୍ତୁ କେତେ ନିଅନ୍ତି ବିରାଟ?

ନୂଆଦିଲ୍ଲୀ : ପ୍ରଥମେ ସୋସିଆଲ ମିଡିଆ ଏକ ଫଟୋ-ଭିଡିଓ ସେୟାର କରିବାର ପ୍ଲାଟଫର୍ମ ଥିବା ବେଳେ ଏବେ ତାହା ଟଙ୍କା ଆୟ କରିବାର ମାଧ୍ୟମ ପାଲଟିଛି । ବଡ଼ ବଡ଼ କମ୍ପାନୀ ସେଲିବ୍ରିଟିମାନଙ୍କୁ ଟଙ୍କା ଦେଇ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି । ତେବେ ସୋସିଆଲ ମିଡିଆ ଜରିଆରେ ସେଲିବ୍ରିଟିମାନେ କେତେ ଟଙ୍କା ଆୟ କରୁଥିବେ, ଏଥିରୁ ଆପଣ ଚିନ୍ତା କରି ପାରୁଥିବେ । ପ୍ରିୟଙ୍କା ଚୋପ୍ରାଙ୍କ କଥା କହିବାକୁ ଗଲେ, ସେ ଗୋଟେ ପୋଷ୍ଟ ପାଇଁ କମ୍ପାନୀ ପକ୍ଷରୁ ୧.୮୭କୋଟି ଟଙ୍କା ନେଇଥାନ୍ତି । ଏକ ଏଜେନ୍ସି ଜାରି କରିଥିବା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ।

Image result for priyanka chopra and virat kohli

ସୂଚନା ମୁତାବକ, କିଛି ଦିନ ତଳେ ବ୍ରିଟେନର ସୋସିଆଲ ମିଡିଆ ମ୍ୟାନେଜମେଣ୍ଟ କମ୍ପାନୀ ହୁପର ଏଚ୍‌କ୍ୟୁ ୨୦୧୯ର ଇନ୍‌ଷ୍ଟାଗ୍ରାମ୍‌ ଧନୀ ସୂଚୀ ଜାରି କରିଥିଲା । ଯେଉଁଥିରେ ପ୍ରିୟଙ୍କା ଚୋପ୍ରା ଓ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲୀଙ୍କ ନାଁ ସାମିଲ ଥିଲା । ଏହି ସୂଚୀରେ ପ୍ରଥମ ନାଁ ମଡେଲ ଓ ବ୍ୟବସାୟ କରୁଥିବା କାଇଲି ଜେନରଙ୍କ ନାଁ ଥିବା ବେଳେ ପ୍ରିୟଙ୍କା ଇନ୍‌ଷ୍ଟାର ଗୋଟେ ପୋଷ୍ଟ ପାଇଁ ୧.୮୭କୋଟି ନିଅନ୍ତି ବୋଲି ଜଣା ପଡ଼ିଥିଲା । ବିରାଟ କୋହଲୀଙ୍କୁ ଦେଖିବାକୁ ଗଲେ ସେ ତାଙ୍କର ଗୋଟେ ପୋଷ୍ଟ ପାଇଁ ୧.୩୫କୋଟି ଟଙ୍କା ନେଇଥାନ୍ତି ।

ସମ୍ବନ୍ଧିତ ଖବର