ଚିନ୍ତାଗ୍ରସ୍ତ ହୋଇ ମୁଣ୍ଡରେ ଗ୍ଲାସ ଭାଙ୍ଗିଲେ ପ୍ରିୟଙ୍କା

ମୁମ୍ବାଇ : କାମର ଚିନ୍ତା ସମସ୍ତଙ୍କୁ ରହିଥାଏ । କିନ୍ତୁ ଚିନ୍ତାଗ୍ରସ୍ତ ହୋଇ କେହି ମୁଣ୍ଡରେ ଗ୍ଲାସ ବାଡେଇ ଭାଙ୍ଗିଥିବା କଥା ଆପଣ ଶୁଣିଛନ୍ତି କି? କୌଣସି ସାଧାରଣ ଲୋକ ନୁହଁ, ବରଂ ବଲିଉଡ଼ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏହା କରିଛନ୍ତି । ଦିନ ତମାମ କାମ କରି ସେ ଏତେ ଚିନ୍ତାଗ୍ରସ୍ତ ହୋଇ ଯାଇଥିଲେ ଯେ ମଦ ପିଉଥିବା ଗ୍ଲାସକୁ ନିଜ ମୁଣ୍ଡରେ ପିଟି ଭାଙ୍ଗି ଦେଇଥିଲେ ।

ଏଥି ସହ ସେ ଏହି ଘଟଣାର ଏକ ଭିଡିଓ କରି ଇନ୍‌ଷ୍ଟାଗ୍ରାମରେ ଛାଡ଼ିବା ସହ ଘରେ ଏପରି କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ ବୋଲି କ୍ୟାପ୍‌ସନ ରଖିଥିଲେ । ଶୁକ୍ରବାର ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏହି ଭିଡ଼ିଓକୁ ସେୟାର କରି ଦିନ ତମାମ ବିନା ବିଶ୍ରାମରେ କାମ କଲେ ଏପରି ହୁଏ ବୋଲି ସେ ଲେଖିଥିଲେ । ପ୍ରିୟଙ୍କା ଏବେ ଅମେରିକାନ ଟିଭି ସୋ’ କ୍ୱାଣ୍ଟିକୋର ତୃତୀୟ ସିଜିନର ସୁଟିଂ ପାଇଁ ବ୍ୟସ୍ତ ଥିବା ବେଳେ ତାଙ୍କ ହାତରେ ଦୁଇଟି ହଲିଉଡ଼ ଫିଲ୍ମ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର