ନ୍ୟୁୟର୍କରେ ଭାରତୀୟ ରେଷ୍ଟୁରାଣ୍ଟ୍‌ ଖୋଲିବା ନେଇ ଘୋଷଣା କଲେ ପ୍ରିୟଙ୍କା ଚୋପ୍ରା ଜୋନାସ୍

ନ୍ୟୁୟର୍କ: ଅଭିନେତ୍ରୀ ତଥା ନିର୍ମାତା ପ୍ରିୟଙ୍କା ଚୋପ୍ରା ଜୋନାସ୍ ନ୍ୟୁୟର୍କରେ ଏକ ଭାରତୀୟ କଜିନ୍‌ ରେଷ୍ଟୁରାଣ୍ଟ୍‌ ଖୋଲିବା କଥା ତାଙ୍କ ସୋସିଆଲ୍‌ ମିଡିଆରେ ପ୍ରକାଶ କରିଛନ୍ତି। ପ୍ରିୟଙ୍କା ଶନିବାର ମଧ୍ୟରାତ୍ରରେ ନିଜ ଟ୍ବିଟର୍‌ ଆକାଉଣ୍ଟ୍‌ରେ ‘ସୋନା’ ନାମକ ଏହି ରେଷ୍ଟୁରାଣ୍ଟ୍‌‌ ଖୋଲିବା କଥା ଫଟୋ ଦେଇ ପ୍ରକାଶ କରିଛନ୍ତି। ରେଷ୍ଟୁରାଣ୍ଟ୍‌ଟି ଚଳିତମାସ ଶେଷ ଆଡ଼କୁ ଗ୍ରାହକଙ୍କ ପାଇଁ ଖୋଲିପାରେ ବୋଲି ଆଶା କରାଯାଉଛି।

ସେ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହ ୨୦୧୯ ମସିହାରେ କରୁଥିବା ଏକ ପୂଜାର ଫଟୋ ସେୟାର୍‌ କରିଛନ୍ତି। ସେ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘ମୁଁ ନ୍ୟୁୟର୍କରେ ମୋର ନୂଆ ରେଷ୍ଟୁରାଣ୍ଟ୍‌ ‘ସୋନା’ ଖୋଲିବାକୁ ଯାଉଥିବା ନେଇ ବେଶ୍‌ ଆନନ୍ଦିତ ଅଛି। ଯେଉଁଥିରେ ମୁଁ ଭାରତୀୟ ଖାଦ୍ୟ ପ୍ରତି ମୋର ଭଲପାଇବାକୁ ଦେଖାଇ ପାରିବି। ‘ସୋନା’ ହେଉଛି ଭାରତୀୟ ଖାଦ୍ୟର ଏପରି ଏକ ରେଷ୍ଟୁରାଣ୍ଟ୍‌, ‌ଯେଉଁ ବାସ୍ନାରେ ମୁଁ ବଡ଼ ହୋଇଛି।’

ପ୍ରିୟଙ୍କାଙ୍କ ଏହି ନୂଆ ରୋଷେଇଶାଳର ଦାୟିତ୍ବ ନେବେ ସେଫ୍‌ ହରି ନାୟକ ଓ ତାଙ୍କର ସହଯୋଗୀ ଭାବେ ରହିବେ ମନୀଷ ଗୋୟଲ ଏବଂ ଦାଭିଡ୍‌ ରବିନ। ପ୍ରିୟଙ୍କା ଏହି ୩ ଜଣଙ୍କୁ ତାଙ୍କର ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର