ବିଦେଶରେ ରହି ବି ଭାରତୀୟ ପରମ୍ପରା ଭୁଲି ନାହାନ୍ତି ପ୍ରିୟଙ୍କା, ବାପାଙ୍କ ମୃତ୍ୟୁ ବାର୍ଷିକୀରେ ଝିଅ ସହ କଲେ ପୂଜା

ନୂଆଦିଲ୍ଲୀ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡ ପରେ ଏବେ ହଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିବା ଆରମ୍ଭ କରିଛନ୍ତି। ସେ ଇଣ୍ଡଷ୍ଟ୍ରିର ବ୍ୟସ୍ତବହୁଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହୋଇଥିଲେ ବି ବ୍ୟସ୍ତତା ଭିତରୁ ସେ ନିଜ ପରିବାର ପାଇଁ ସମୟ ବାହାର କରୁଥିବା ଦେଖିବାକୁ ମିଳେ। ଅନେକ ସମୟରେ ସେ ସ୍ବାମୀ ନିକ୍ ଓ ଝିଅ ସହ ସମୟ କଟାଉଥିବାର ଫଟୋ ସେୟାର କରୁଥିବା ବେଳେ ଏବେ ଇନଷ୍ଟାରେ ଏକ ସ୍ବତନ୍ତ୍ର ଫଟୋ ସେୟାର କରିଛନ୍ତି। ଫଟୋରେ ‌ତାଙ୍କ ଝିଅ ପାରମ୍ପରିକ ପୋଷାକ ପିନ୍ଧି ତଳେ ବସିଥିବା ବେଳେ ପୂଜାର ସାମଗ୍ରୀ ରଖାଯାଇଛି। ଅଭିନେତ୍ରୀ ତାଙ୍କ ବାପାଙ୍କ ମୃତ୍ୟୁ ବାର୍ଷିକୀରେ ଏକ ସ୍ୱତନ୍ତ୍ର ପୂଜାର ଆୟୋଜନ କରିଥିବା ବେଳେ ଫଟୋଟି ସେହି ସମୟର ବୋଲି ଜଣାପଡ଼ିଛି।

ପ୍ରିୟଙ୍କା ସେୟାର କରିଥିବା ଫଟୋରେ ମାଲତୀ ଲେହେଙ୍ଗା ପିନ୍ଧିଥିବା ଦେଖିବାକୁ ମିଳିଛି। ଫଟୋ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି, ତୁମକୁ ବହୁତ ମନେ ପକାଉଛି। ପ୍ରିୟଙ୍କାଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରାଯାଇଥିବା ଫଟୋରେ ମାଲତୀ ତାଙ୍କ ଅଜାଙ୍କ ପାଇଁ ରଖାଯାଇଥିବା ସ୍ୱତନ୍ତ୍ର ପୂଜା ପରେ ଫୁଲ ଉଠାଇ ଖେଳୁଥିବାର ନଜର ଆସିଛନ୍ତି। ମାଲତୀଙ୍କୁ ଏଭଳି ଲେହେଙ୍ଗାରେ ଦେଖିବା ପରେ ପ୍ରିୟଙ୍କାଙ୍କ ପ୍ରଶଂସକ ଖୁସି ହୋଇଛନ୍ତି।

ବିଦେଶରେ ରହି ବି ନିଜ ପରମ୍ପରା ଭୁଲିନଥିବାରୁ ‌ଲୋକେ ପ୍ରିୟଙ୍କାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର