ପୃଥିବୀର ସବୁଠାରୁ ଷ୍ଟାଇଲିସ୍‌ ପୁରୁଷଙ୍କୁ ଚୁମ୍ବନ ଦେଇ ମୁଁ ନିଜକୁ ଭାଗ୍ୟବାନ ଅନୁଭବ କରୁଛି ବୋଲି କହି ଟ୍ରୋଲ ହେଲେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ : ବଲିଉଡ୍‌ କଳାକାରମାନେ ଅପ୍‌ଲୋଡ୍‌ କରିଥିବା ଫଟୋ ବା କ୍ୟାପ୍‌ସନ୍‌ ଏବଂ ନିଜ ଫିଲ୍ମ ପାଇଁ ଟ୍ରୋଲ ହେବା କିଛି ନୂଆ କଥା ନୁହେଁ । ପ୍ରିୟଙ୍କା-ନିକ୍‌ଙ୍କ କଥା କହିବାକୁ ଗଲେ,ଦୁହିଁଙ୍କ ସଂପର୍କ ଆରମ୍ଭରୁ ହିଁ ସେମାନଙ୍କୁ ଅନେକ କାରଣ ପାଇଁ ସୋସିଆଲ ମିଡିଆ ବ୍ୟବହାରକାରୀ ଟ୍ରୋଲ କରି ଆସିଛନ୍ତି । ଏବେ ପୁଣି ପ୍ରିୟଙ୍କା ଫଟୋ ସହ ଦେଇଥିବା କ୍ୟାପ୍‌ସନ୍‌ ପାଇଁ ଟ୍ରୋଲ ହୋଇଛନ୍ତି ।

MSN.com

ସୂଚନା ମୁତାବକ, ପ୍ରିୟଙ୍କା ନିଜ ସହ ନିକ୍‌ଙ୍କ ଏକ ଫଟୋ ଇନ୍‌ଷ୍ଟାରେ ସେୟାର କରିବା ସହ କ୍ୟାପ୍‌ସନ୍‌ରେ ଲେଖିଥିଲେ, ଦୁନିଆର ସବୁଠାରୁ ଷ୍ଟାଇଲିସ୍‌ ପୁରୁଷକୁ ଚୁମ୍ବନ ଦେଇ ମୁଁ ନିଜକୁ ଭାଗ୍ୟବାନ ଅନୁଭବ କରୁଛି। ଷ୍ଟାଇଲିସ୍‌ ଦେବତାଙ୍କ କୃପା ତୁମ ଉପରେ ସବୁବେଳେ ଏମିତି ରହୁ ବୋଲି ଲେଖିଥିଲେ । ଯାହାକୁ ନେଇ ଏବେ ସେ ଟ୍ରୋଲ ହେବାରେ ଲାଗିଛନ୍ତି । ଜଣେ ବ୍ୟବହାରକାରୀ ପ୍ରିୟଙ୍କାଙ୍କୁ ଟ୍ରୋଲ କରି ସବୁଠାରୁ ଷ୍ଟାଇଲିସ୍‌ ପୁରୁଷ ତ ରଜନୀକାନ୍ତ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର