ଫିଲ୍ମ ପ୍ଲପ୍ ହେବା ପରେ ଏମିତି ପ୍ରତିକ୍ରିୟା ଦେଲେ ପ୍ରିୟଙ୍କା; ‘ହଲିଉଡ୍ରେ ମୋ ବାପା ବସି ଫିଲ୍ମ ତିଆରି କରୁନାହାନ୍ତି’
ମୁମ୍ବାଇ: ଗଣମାଧ୍ୟମ ପ୍ରତିନିଧିଙ୍କ ମୁହଁରେ ରୋକଠୋକ ଜବାବ ଦେବା ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ଏକ ପୁରୁଣା କଥା। ଅନେକ ସମୟରେ ସେ କିଛି ନା କିଛି ବଙ୍କାତେଢ଼ା ଉତ୍ତର ଦେଇ ପୂର୍ବରୁ ଅନେକ ବାର୍ ଚର୍ଚ୍ଚା ପାଲଟିଛନ୍ତି।
ଆପଣ ଜାଣିଥିବେ ନିହାତି ଯେ ପ୍ରିୟଙ୍କାଙ୍କର ହଲିଉଡ୍ ଡେବ୍ୟୁ ଚଳଚ୍ଚିତ୍ର ‘ବେଓ୍ଵାଚ୍’ ବକ୍ସ ଅଫିସ୍ରେ ସେତେଟା ସଫଳତା ହାସଲ କରି ପାରିନାହିଁ। ଏହାକୁ ନେଇ ପ୍ରିୟଙ୍କାଙ୍କୁ ପ୍ରଶ୍ନ ହୋଇଥିଲା। ଏହି ପ୍ରଶ୍ନର ଉତ୍ତରରେ ପ୍ରିୟଙ୍କା ନିଜର ଚିରାଚରିତ ଢଙ୍ଗରେ କ୍ରୋଧ ମିଶ୍ରିତ ହସରେ କହିଛନ୍ତି କି ‘ହଲିଉଡ୍ରେ ମୋ ପାଇଁ ଚଳଚ୍ଚିତ୍ର ତିଆରି କରିବା ପାଇଁ ମୋ ବସିନାହାନ୍ତି, ଯିଏକି କହିବେ କି ମୁଁ ତୋ ପାଇଁ ଚଳଚ୍ଚିତ୍ର ନିର୍ମାଣ କରିବି। ମୁଁ ଜଣେ ନବାଗତା ହଲିଉଡ୍ ଅଭିନେତ୍ରୀ। ମୋତେ ଯାହା ମିଳିବ ମୁଁ କରିବି।’
ଉଲ୍ଳେଖଯୋଗ୍ୟ, ପ୍ରିୟଙ୍କା ଚୋପ୍ରା ହେଉଛନ୍ତି ଏକମାତ୍ର ବଲିଉଡ୍ ଅଭିନେତ୍ରୀ ଯିଏକି ବଲିଉଡ୍ ଅପେକ୍ଷା ହଲିଉଡ୍ରେ ନିଜର କ୍ୟାରିୟର୍ ବନାଇବାର ନିଶାରେ ଚର୍ଚ୍ଚାରେ ଅଛନ୍ତି। ହଲିଉଡ୍ ଚଳଚ୍ଚିତ୍ରରୁ ନେଇ ଆମେରିକାନ୍ ଟିଭି ସୋ’ରେ ନଜର ଆସିବା ପରେ ସେ ଏବେ ଜଣେ ଜଣାଶୁଣା ହଲିଉଡ୍ ଚେହେରା।