ବୁର୍ଜ ଖଲିଫାରେ ପୁଣି ଥରେ ବିବାହ କରିପାରନ୍ତି ନିକ୍‌ୟାଙ୍କା,ଜାଣନ୍ତୁ କ’ଣ ପାଇଁ ନିକ୍‌ୟାଙ୍କାଙ୍କୁ ଏଭଳି ପ୍ରସ୍ତାବ ଦେଲା ଦୁବାଇ

ନୂଆଦିଲ୍ଲୀ : ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଡ଼ିସେମ୍ବର ୨ରେ ନିଜ ପ୍ରେମିକ ନିକ୍‌ ଜୋନ୍‌ସଙ୍କୁ ଯୋଧପୁରରେ ଆନୁଷ୍ଠାନିକ ଭାବରେ ବିବାହ କରିଥିଲେ । ଦୁହିଁଙ୍କ ବିବାହର ଫଟୋ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଦିଲ୍ଲୀର ହୋଟେଲ ତାଜ୍‌ରେ ଦୁହେଁ ବିବାହର ଭୋଜି ରଖିଥିଲେ । ତେବେ ଦୁଇ ଦୁଇ ଥର ବିବାହ କରି ସାରିଥିବା ବେଳେ ଏବେ ତୃତୀୟ ଥର ବିବାହ କରି ପାରନ୍ତି ନିକ୍‌ୟାଙ୍କା । ଦୁବାଇରେ ଥିବା ବୁର୍ଜ ଖଲିଫାରେ ଦୁହେଁ ତୃତୀୟ ଥର ବିବାହ କରି ପାରନ୍ତି ବୋଲି ଚର୍ଚ୍ଚାର ଆରମ୍ଭ ହୋଇଛି । ଇମାର ଦୁବାଇର ଅଫିସିଆଲ ଟୁଇଟର ଆକାଉଣ୍ଟରେ କରାଯାଇଥିବା ଟୁଇଟ୍‌କୁ ନେଇ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି ।

ଟୁଇଟ୍‌ରେ, ଆପଣଙ୍କ ପ୍ରେମ କାହାଣୀ ଆମ ହୃଦୟକୁ ତରଳାଇବା ସହ ଖୁବ୍‌ ପସନ୍ଦ ଆସିଛି । ଆମେ ଆପଣଙ୍କୁ ତୃତୀୟ ଥର ବିବାହ କରିବା ପାଇଁ ଦୁବାଇକୁ ନିମନ୍ତ୍ରଣ କରୁଛୁ । ବୁର୍ଜ ଖଲିଫାରେ ଆମେ ଆପଣଙ୍କ ବିବାହ ପାଇଁ ହେବାକୁ ଥିବା ପ୍ରସ୍ତୁତିର ସମସ୍ତ ଖର୍ଚ୍ଚ ଉଠାଇବୁ ବୋଲି ଲେଖା ଯାଇଥିବା ଦେଖା ଯାଇଛି । ତେବେ ନିକ୍‌ୟାଙ୍କା ଦୁବାଇର ଏହି ପ୍ରସ୍ତାବକୁ ଗ୍ରହଣ କରୁଛନ୍ତି କି ନାହିଁ,ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର