ମୁମ୍ବାଇ ବିବାହ ଭୋଜି ସରିବାର ତୁରନ୍ତ ପରେ ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ପହଞ୍ଚିଲେ ନିକ୍‌ୟାଙ୍କା, ଜାଣନ୍ତୁ କାରଣ?

ମୁମ୍ବାଇ : ଡ଼ିସେମ୍ବର ୨୦ରେ ମୁମ୍ବାଇରେ ବଲିଉଡ୍‌ ବନ୍ଧୁମାନଙ୍କ ପାଇଁ ଭୋଜିର ଆୟୋଜନ କରିଥିଲେ ନିକ୍‌ୟାଙ୍କା । ଯେଉଁଠି ବଲିଉଡ୍‌ର ଅନେକ କଳାକାରଙ୍କୁ ଦେଖା ଯାଇଥିଲା । ତେବେ ବିବାହ ଭୋଜି ସରିବା ପରେ ପରେ ତୁରନ୍ତ ନିକ୍‌ୟାଙ୍କା ପହଞ୍ଚିଥିଲେ ସଲମାନ ଖାନ୍‌ଙ୍କ ଗ୍ୟାଲେକ୍ସି ଆପର୍ଟମେଣ୍ଟରେ । ଦୁହେଁ ଖାନ୍‌ ପରିବାରର ଆର୍ଶୀବାଦ୍‌ ନେବା ପାଇଁ ଯାଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

India TV

ସୂଚନା ମୁତାବକ, କିଛି ଦିନ ତଳେ ନିଜ ବିବାହ ପାଇଁ ପ୍ରିୟଙ୍କା ଫିଲ୍ମ ‘ଭାରତ’କୁ ଶେଷ ମୂହୁର୍ତ୍ତରେ ଛାଡ଼ିଥିଲେ । ଏଥି ପାଇଁ ଫିଲ୍ମର ନିର୍ଦ୍ଦେଶକ ଏବଂ ଅଭିନେତା ସଲମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା ।  ସଲମାନ ଏବଂ ପ୍ରିୟଙ୍କା ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । ତେବେ ନିକ୍‌ୟାଙ୍କାଙ୍କ ବିବାହ ଭୋଜିରେ ଯୋଗ ଦେଇ ସଲମାନ ସବୁ ଚର୍ଚ୍ଚାକୁ ମିଛ ବୋଲି ପ୍ରମାଣ କରିଛନ୍ତି । ଦୁହିଁଙ୍କ ମଧ୍ୟରେ ଥିବା ସବୁ ସଂପର୍କ ଆଗରୁ ଯେମିତି ଥିଲା ସେମିତି ଅଛି ବୋଲି ପ୍ରମାଣ ହୋଇ ସାରିଛି । ସଲମାନ ନିଜ କର୍ତ୍ତବ୍ୟ କରିବା ପରେ ପ୍ରିୟଙ୍କା ମଧ୍ୟ ପଛାଇ ନଥିଲେ । ସେ ସ୍ୱାମୀ ନିକ୍‌ଙ୍କ ନେଇ ସଲମାନଙ୍କ ଘରେ ପହଞ୍ଚି ଖାନ୍‌ ପରିବାରର ଆର୍ଶୀବାଦ୍‌ ନେବା ସହ ସଲମାନଙ୍କୁ ଧନ୍ୟବାଦ୍‌ ଜଣାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର