ଏହି ପେସାରେ କାମ କରିବାକୁ ଡ଼ରୁଛନ୍ତି ପ୍ରିୟଙ୍କା !

ମୁମ୍ବାଇ : ବଲିଉଡ୍‌ର ଆଗଧାଡ଼ିର ନାୟିକାଙ୍କ ମଧ୍ୟରେ ଅନତ୍ୟମ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା । ଅଭିନୟ ସହ ସେ ଫିଲ୍ମର ପ୍ରଯୋଜନା କରିବା ଓ ଗୀତ ମଧ୍ୟ ଗାଇ ସାରିଛନ୍ତି । ୨୦୦୩ରେ ରିଲିଜ୍‌ ହୋଇଥିବା ଫିଲ୍ମ ଦ ହିରୋ: ଲଭ୍‌ ଷ୍ଟୋରୀ ଅଫ୍‌ ଏ ସ୍ପାଏରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ପ୍ରିୟଙ୍କା । ଏହା ପରେ ସେ ବଲିଉଡ୍‌ର ଅନେକ ହିଟ୍‌ ଫିଲ୍ମରେ କାମ କରିଥିଲେ । ଅଭିନୟ ପରେ ପରେ ସେ ପ୍ରଯୋଜନା କରିବା ଆରମ୍ଭ କରିଥିଲେ । ଫିଲ୍ମ ଭେଣ୍ଟିଲିଟର, ପାହୁନା: ଦ ଲିଟିଲ ଭିଜିଟର୍ସ ଏବଂ ଦ ସ୍କାଏ ଇଜ୍‌ ପିଙ୍କ୍‌ରେ ସେ ପ୍ରଯୋଜନା ଦାୟିତ୍ୱ ତୁଲାଇଥିବା ଜଣା ପଡ଼ିଛି ।

Image result for priyanka-chopra-on-turning-director-i-ll-make-that-transition-too
Chennai Vision

ତେବେ ନିର୍ଦ୍ଦେଶକ ବନିବାକୁ ନେଇ ତାଙ୍କୁ ପ୍ରଶ୍ନ କରାଯିବା ପରେ ସେ କହିଥିଲେ, ଏହି ପେସା ମୋ ମନରେ ଡ଼ର ଆଣିଥାଏ । କାରଣ ଏହି ପେସାରେ ଅନେକ ପ୍ରକାରର ଦାୟିତ୍ୱ ନେବାକୁ ପଡ଼ିଥାଏ । କିନ୍ତୁ ଯେଉଁଭଳି ଭାବରେ ମୁଁ ଅଭିନୟରୁ ପ୍ରଯୋଜନାକୁ ଆସିଥିଲି, ସେହିଭଳି ଭାବରେ ମୁଁ ନିର୍ଦ୍ଦେଶନାକୁ ମଧ୍ୟ ଦିନେ ନା ଦିନେ ଯିବି ବୋଲି କହିଥିଲେ ପ୍ରିୟଙ୍କା ।

ସମ୍ବନ୍ଧିତ ଖବର