ସମସ୍ତେ ଜାଣନ୍ତି ଯେ ଭାରତୀୟମାନେ ଖାଇବାକୁ ଓ ଖୁଆଇବାକୁ କେତେ ପସନ୍ଦ କରନ୍ତି | ଆଉ ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ତାଙ୍କ ହବିକୁ ଏକ ବ୍ୟବସାୟରେ ପରିଣତ କରିଛନ୍ତି | ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କରେ 'ସୋନା' ନାମକ ଏକ ରେଷ୍ଟୁରାଣ୍ଟ ଖୋଲିଛନ୍ତି | ଏହି ରେଷ୍ଟୁରାଣ୍ଟ ବର୍ତ୍ତମାନ ଖୋଲିଥିଲେ ବି ଏକ ମାସ ମଧ୍ୟରେ ଆପଣ ଏହିଠାରେ ସୁସ୍ୱାଦୁ ଖାଦ୍ୟ ଖାଇପାରିବେ | ସ୍ୱାମୀ ନିକ ଜୋନାସଙ୍କ ସହ ପ୍ରିୟଙ୍କା ଚୋପ୍ରା ତାଙ୍କ ନୂତନ ରେଷ୍ଟୁରାଣ୍ଟ ପୂଜାରେ ନଜର ଆସିଥିଲେ।
ପ୍ରିୟଙ୍କା ଚୋପ୍ରା ରେଷ୍ଟୁରାଣ୍ଟ ଆରମ୍ଭ ବାବଦରେ ଲେଖିଛନ୍ତି ଯେ - ସୋନା ମୋତେ ସେହି ସବୁ ଭାରତୀୟ ରାନ୍ଧଣା ବାବଦରେ ମନେପକାଇବ, ଯାହାକୁ ଖାଇ ମୁଁ ବଢିଛି | ସୂଚନା ଥାଉ କି ପ୍ରିୟଙ୍କା ଚୋପ୍ରା ଜଣେ ଖାଦ୍ୟପ୍ରେମୀ ବୋଲି ସେ ତାଙ୍କର ଅନେକ ସାକ୍ଷାତକାରରେ କହିଛନ୍ତି। ଅନ୍ୟପକ୍ଷରେ ପ୍ରିୟଙ୍କା ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ସମୟରେ ବିଭିନ୍ନ ଖାଦ୍ୟର ଫଟୋ ପୋଷ୍ଟ କରିଥାନ୍ତି |
I’m thrilled to present to you SONA, a new restaurant in NYC that I poured my love for Indian food into. SONA is the very embodiment of timeless India and the flavours I grew up with.
(1/4) pic.twitter.com/EzB9GcW94D— PRIYANKA (@priyankachopra) March 6, 2021
ଶେଷ ଥର ପାଇଁ ଦିଲ୍ଲୀରେ ସୁଟିଂ କରୁଥିବାବେଳେ ସେ ନିଜ ଇନଷ୍ଟାଗ୍ରାମରେ ଏକ ଚାଟ୍ ପ୍ଲେଟ୍ ସେୟାର କରିଥିଲେ। ଉଲ୍ଲେଖଥାଉ କି, ଏହା ପ୍ରିୟଙ୍କାଙ୍କ ପ୍ରଥମ ବ୍ୟବସାୟ ହେବ ନାହିଁ। ସେ ପୂର୍ବରୁ ଏକ ପ୍ରଡକ୍ସନ୍ ହାଉସ ଖୋଲିଛନ୍ତି |