ଭଗବାନ ଚାହିଁଲେ ସେ ଶୁଭ ଦିନ ନିଶ୍ଚୟ ଆସିବ: ମାତୃତ୍ୱକୁ ନେଇ କହିଲେ ଦେଶୀଗର୍ଲ

ମୁମ୍ବାଇ: ଆମେରିକୀୟ କଣ୍ଠଶିଳ୍ପୀ ନିକ୍‌ ଜୋନ୍‌ସଙ୍କୁ ବିବାହ କରିବା ପରେ ଚର୍ଚ୍ଚାରେ ରହି ଚାଲିଛନ୍ତି ବଲିଉଡ୍‌ ଟର୍ଣ୍ଣଡ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ସେ ନିଜର ପାରିବାରିକ କାଣରୁ ହେଉ କିମ୍ବା ବୃତ୍ତିଗତ କାରଣରୁ ହେଉ କିଛି ଦିନ ଅନ୍ତରରେ ଚର୍ଚ୍ଚାରେ ରହିବା ଥୟ।

ନିକଟରେ ପ୍ରିୟଙ୍କା ଚର୍ଚ୍ଚାରେ ରହିଛନ୍ତି ମାତୃତ୍ୱକୁ ନେଇ। ବିବାହ ପରେ ସବୁ ମହିଳା ମାଆ ହେବାକୁ ଚାହାନ୍ତି। ଆପଣଙ୍କ ଯୋଜନା କ’ଣ ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଶୀଗର୍ଲ କହିଛନ୍ତି, ‘ସମସ୍ତେ ଜାଣନ୍ତି ଉପଯୁକ୍ତ ସମୟ ନ ହେଲେ କେହି କେବେ ମାତୃତ୍ୱ ଲାଭ କରିପାରନ୍ତି ନାହିଁ। ତେବେ ଭଗବାନ ଚାହିଁଲେ ସେ ଶୁଭ ଦିନ ନଶ୍ଚୟ ଆସିବ’ ବୋଲି ପିସି କହିଛନ୍ତି। ଏପଟେ ପିଲା ହେବା କଥାକୁ ନେଇ ସବୁଜ ସଂକେତ ଦେଇଛନ୍ତି ପିସିଙ୍କ ସ୍ୱାମୀ ନିକ୍‌ ଜୋନ୍‌ସ। ସେ ବି ଉଚିତ ସମୟ ଆସିଲେ ବାପା ହେବାକୁ ପସନ୍ଦ କରିବେ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ନିକ୍‌-ପ୍ରିୟଙ୍କାଙ୍କ ମଧ୍ୟରେ ଭଲ ପଡୁନାହିଁ। ସେମାନେ ଛାଡ଼ପତ୍ର ଚାହାନ୍ତି ବୋଲି ନିକଟରେ ଗୁଜବ ପ୍ରଚାର ହୋଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଏହି ଦମ୍ପତି ଖବରକୁ ଭିତ୍ତିହୀନ ବୋଲି କହିଥିଲେ।

ସମ୍ବନ୍ଧିତ ଖବର