ଭାବି ଜ୍ୱାଇଁଙ୍କ ବିଷୟରେ ଏଭଳି କଥା କହିଲେ ପ୍ରିୟଙ୍କାଙ୍କ ମା’

ନୂଆଦିଲ୍ଳୀ: ଅଭିନେତା ପ୍ରିୟଙ୍କା ଚୋପ୍ରା ଓ ତାଙ୍କର ଆମେରିକୀୟ ବୟଫ୍ରେଣ୍ଡ ନିକ୍‌ ଜୋନସ୍‌ ଦୁହେଁ ନିଜର ରିଲେସନ୍‌ସିପ୍‌କୁ ସ୍ୱୀକାର କରିବା ପରେ ମୁମ୍ବାଇରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ସହ ଦୁହିଁଙ୍କ ନିର୍ବନ୍ଧ ହୋଇଛି। ପ୍ରିୟଙ୍କା ଓ ନିକ୍‌ ଗତ କିଛିଦିନ ହେବ ଡେଟ କରି ଆସୁଥିଲେ। ଏଯାବତ୍‌ ଦୁହେଁ ନିଜ ବିବାହ ତାରିଖକୁ ନେଇ କୌଣସି ସୂଚନା ଦେଇ ନାହାନ୍ତି। ଝିଅ ପ୍ରିୟଙ୍କା ଓ ନିକ୍‌ ସମ୍ପର୍କକୁ ନେଇ ପ୍ରିୟଙ୍କାଙ୍କ ମା’ ବହୁତ ଖୁସି ଅଛନ୍ତି। ମଧୁ ଚୋପ୍ରା ନିଜର ଭାବି ଜ୍ୱାଇଁଙ୍କୁ ନେଇ ଏକ ମଜାଦାର କଥା କହିଛନ୍ତି।

ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ନିଜର ଭାବି ଜ୍ୱାଇଁଙ୍କ ସ୍ୱଭାବକୁ ନେଇ ବହୁତ ଖୁସି ଅଛନ୍ତି। ସେ ସର୍ବଦା ପ୍ରିୟଙ୍କାଙ୍କ ବିବାହ ହିନ୍ଦୁ ରୀତିନୀତି ଅନୁଯାୟୀ କରିବାକୁ ଚାହୁଁଥିଲେ କିନ୍ତୁ କେବେ ନିଜ ଇଚ୍ଛାକୁ ଝିଅ ଉପରେ ଚାପି ଦେଇ ନାହାଁନ୍ତି। ପ୍ରିୟଙ୍କାବି ମା’ ଇଚ୍ଛାକୁ ସମ୍ମାନ ଦେଇ ଏକ ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ କରିବା ପାଇଁ ଇଚ୍ଛା ରଖିଛନ୍ତି। ପ୍ରିୟଙ୍କାଙ୍କ ନିର୍ବନ୍ଧ ହେବା ମଧୁ ଚୋପ୍ରା ପାଇଁ ବହୁ ଜୁରୁରୀ ଥିଲା। ସବୁଠାରୁ ମଜାଦାର କଥା ହେଉଛି ନିର୍ବନ୍ଧ ସମୟରେ ପଣ୍ଡିତ ନିକ୍‌ଙ୍କୁ ଯେଉଁ ସଂସ୍କୃତ ଶବ୍ଦ କହିବାକୁ କହିଥିଲେ ସେ ତାହାକୁ ସଠିକ୍‌ ଭାବେ ଉଚ୍ଚାରଣ କରିଥିଲେ, ଯାହାକୁ ଶୁଣିବାକୁ ବହୁତ ଭଲ ଲାଗିଥିଲା। ନିକ୍‌ଙ୍କ ପିତା-ମାତା ବହୁତ ଭଦ୍ର ଓ ନମ୍ର ଲୋକ ବୋଲି  ପ୍ରିୟଙ୍କାଙ୍କ ମା’ କହନ୍ତି।

ସମ୍ବନ୍ଧିତ ଖବର