ମୁମ୍ବାଇ: ଗତ ସୋମବାର ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ | ବିରାଟ-ଅନୁଷ୍କା ପିତାମାତା ହେବାର ଖବର ଜଣାପଡିବା ପରେ ବର୍ତ୍ତମାନ ଅନ୍ୟ ସେଲିବ୍ରେଟିମାନେ କେବେ ବାପା-ମା ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି | ୨୦୧୮ ମସିହାରେ, ନିକ ଜୋନସଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ପ୍ରିୟଙ୍କା ଚୋପ୍ରା କେବେ ମା ହେବେ ତାହାକୁ ନେଇ ପ୍ରଶ୍ନ କରାଯାଇଥିଲା | ନିକଟରେ ସେ ଏକ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ,'ମୁଁ ପିଲା ଚାହେଁ। ମୋ ପିଲାଙ୍କ ସଂଖ୍ୟା କ୍ରିକେଟ ଟିମ ଅକାରର ହେଲେ ବି ଚଳିବ | କିନ୍ତୁ ଏ ନେଇ ମୁଁ ନିଶ୍ଚିତ ନୁହେଁ।"
ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନସ ଜଣେ ଆମେରିକୀୟ ଗାୟକ ଓ ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ଦୁହିଁଙ୍କ ସଂସ୍କୃତିକ ପାର୍ଥକ୍ୟ ବିଷୟରେ ପ୍ରିୟଙ୍କା ଥରେ ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ ଏଥିରେ କୌଣସି ଅସୁବିଧା ନାହିଁ। ପ୍ରିୟଙ୍କା କହିଛନ୍ତି, "ଆମ ବିବାହରେ କିଛି କଷ୍ଟ ନଥିଲା।"
ପ୍ରିୟଙ୍କା ଚୋପ୍ରାଙ୍କ ଆଗାମୀ କ୍ୟାରିୟର ବାବଦରେ କହିବାକୁ ଗଲେ ତାଙ୍କର ଫିଲ୍ମ 'ଦି ହ୍ୱାଇଟ ଟାଇଗର' କିଛି ଦିନତଳେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ ଏବଂ ପ୍ରିୟଙ୍କା ଚୋପ୍ରା ମୁଖ୍ୟ ଭୂମିକାରେ ଥିଲେ। ଚଳଚ୍ଚିତ୍ରଟି ଭଲ ରେସପନ୍ସ ପାଇଥିଲା ଏବଂ ଆଗାମୀ ସମୟରେ ତାଙ୍କର ଅନେକ ବଡ ପ୍ରୋଜେକ୍ଟ ଅଛି ଯାହା ରିଲିଜ୍ ହେବାକୁ ଯାଉଛି |