‘ଭାରତ’ ଛାଡ଼ିବା ପରେ ଏବେ ସଞ୍ଜୟ ଲୀଲା ଭଂସାଲୀଙ୍କ ଏହି ଫିଲ୍ମରେ ନଜର ଆସିବେ ଦେଶୀ ଗର୍ଲ ପ୍ରିୟଙ୍କା, ସାମ୍ନାକୁ ଆସିଲା ଫିଲ୍ମର ନାଁ

ମୁମ୍ବାଇ : ଫିଲ୍ମ ‘ଭାରତ’ ଛାଡ଼ିବା ପରେ ପ୍ରିୟଙ୍କାକୁ ନେଇ ଅନେକ ଚର୍ଚ୍ଚା ହୋଇ ସାରିଥିବା ବେଳେ ତାଙ୍କୁ ଆଉ ବଲିଉଡ୍‌ରେ ଫିଲ୍ମ ମିଳିବ ନାହିଁ ବୋଲି କିଛି ଲୋକ କହିବା ଆରମ୍ଭ କରିଥିଲେ । କିନ୍ତୁ ଏବେ ସେ ସବୁ ଚର୍ଚ୍ଚା ମିଛ ବୋଲି ପ୍ରମାଣ ହୋଇଛି । କାରଣ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ଦେଶୀ ଗର୍ଲ ପ୍ରିୟଙ୍କାକୁ ନିଜର ଆଗାମୀ ଫିଲ୍ମ ପାଇଁ ସାଇନ୍‌ କରାଇଥିବା ଜଣାପଡ଼ିଛି । ଫିଲ୍ମର ନାଁ ପୂର୍ବରୁ ଗୋପନ ରଖା ଯାଇଥିବା ବେଳେ ଏବେ ଶୀର୍ଷକ ‘ହୀରା ମଣ୍ଡି’ ରହିବ ବୋଲି ଜଣା ପଡ଼ିଛି ।

Peepingmoon.com

ଗଙ୍ଗୁବାଇ କୋଠେବାଲିଙ୍କ ଜୀବନୀକୁ ନେଇ ସେ ଫିଲ୍ମ କରିବେ ବୋଲି ଯୋଜନା କରୁଥିବା ବେଳେ ଏହାର ନାଁ କ’ଣ ରହିବ ତାହା ଠିକ୍‌ କରାଯାଇ ପାରି ନଥିଲା । ଫିଲ୍ମଟି ହୁସେନ୍‌ ଜଇଦ୍‌ଙ୍କ ପୁସ୍ତକ ମାଫିଆ କୁଇନ୍‌ ଅଫ୍‌ ମୁମ୍ବାଇରେ ଥିବା କାହାଣୀ ଉପରେ ଆଧାରିତ । ଏହି ଫିଲ୍ମରେ ମୁଖ୍ୟ ଭୁମିକାରେ ପ୍ରିୟଙ୍କା ନଜର ଆସିବେ ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟ କଳାକାରଙ୍କ ନାଁ ସାମ୍ନାକୁ ଆସି ନାହିଁ ।

ସମ୍ବନ୍ଧିତ ଖବର