ଶରୀରର ରଙ୍ଗ ଯୋଗୁଁ ମତେ ହଲିଉଡରେ କମ୍‌ ପାରିଶ୍ରମିକ ମିଳିଥିଲା : ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ : ବଲିଉଡର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ହଲିଉଡରେ ଧୀରେ ଧୀରେ ନିଜର ଆସ୍ଥାନ ଜମାଇବାରେ ଲାଗିଛନ୍ତି । ତେବେ ପ୍ରିୟଙ୍କାଙ୍କୁ ହଲିଉଡ଼ରେ ଭୋଗିବାକୁ ପଡ଼ିଥିଲା ବର୍ଣ୍ଣବୈଷମ୍ୟମତାର ଶିକାର । ତାଙ୍କ ବର୍ଣ୍ଣ ପାଇଁ ତାଙ୍କୁ ଅନେକ ଚଳଚ୍ଚିତ୍ରକୁ ହାତଛଡ଼ା କରିବା ପାଇଁ ପଡ଼ିଥିଲା । ପ୍ରିୟଙ୍କା ନିଜେ ଏହା ବିଷୟରେ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ପ୍ରିୟଙ୍କା କହିଛନ୍ତି, ଗତ ବର୍ଷ ସେ ଏକ ଚଳଚ୍ଚିତ୍ରର ସୁଟିଂ ପାଇଁ ବାହାରେ ଥିଲେ । ଏହି ସମୟରେ ଜଣେ ଚଳଚ୍ଚିତ୍ର ଷ୍ଟୁଡ଼ିଓ ପରିଚାଳକ ଆସି ତାଙ୍କ ମ୍ୟାନେଜରଙ୍କ ସହିତ କଥା ହୋଇଥିଲେ । ସେ କହିଥିଲେ ପ୍ରିୟଙ୍କାଙ୍କୁ ଚଳଚ୍ଚିତ୍ର ନ ମିଳିବାର କାରଣ ହେଉଛି ତାଙ୍କର ରଙ୍ଗ। ଏହି କଥା ଶୁଣିବା ପରେ ପ୍ରିୟଙ୍କାକୁ ଯେତିକି ଆଶ୍ଚର୍ଯ୍ୟ ଲାଗିଥିଲା ସେତିକି ମନଦୁଃଖ ମଧ୍ୟ ହୋଇଥିଲା। ବର୍ତ୍ତମାନ ସମୟରେ ଚଳଚ୍ଚିତ୍ର ଜଗତରେ ରଙ୍ଗ ଭେଦଭାବ ଦେଖି ସେ ବହୁତ ଦୁଃଖି ହୋଇଥିଲେ । ପ୍ରିୟଙ୍କାଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅନ୍ୟ କଳାକରଙ୍କ ଅପେକ୍ଷା ବହୁତ କମ ପାରିଶ୍ରମିକ ମିଳିଥିଲା । ହଲିଉଡରେ ମଧ୍ୟ ଅଭିନେତା ମାନଙ୍କୁ ଅଧିକ ପାରିଶ୍ରମିକ ମିଳୁଥିବା ବେଳେ ଅଭିନେତ୍ରୀମାନଙ୍କୁ ଅପେକ୍ଷାକୃତ କମ ପାରିଶ୍ରମିକ ମିଳିଥାଏ ।

indiatoday.in

ପ୍ରିୟଙ୍କା ଶେଷକୁ କହିଛନ୍ତି ବର୍ତ୍ତମାନ ମଧ୍ୟ ଚଳଚ୍ଚିତ୍ର ଜଗତରେ ଅନେକ ପ୍ରକାରର ପରିବର୍ତ୍ତନର ଆବଶ୍ୟକତା ରିହିଛିି। ତେବେ କେବଳ ପ୍ରିୟଙ୍କା ନୁହଁନ୍ତି ଏହା ପୂର୍ବରୁ ହଲିଉଡ଼ ଫେରନ୍ତା ଶିଳ୍ପା ସେଟ୍ଟି ମଧ୍ୟ ଏହି ବିଷୟ ମଧ୍ୟରେ ମିଡ଼ିଆରେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର