ମୁମ୍ବାଇ: କାଣ୍ଟା ଲଗା ଗାର୍ଲ ଭାବରେ ଜଣାଶୁଣା ଶେଫାଲି ଜରିୱାଲାଙ୍କର ଶୁକ୍ରବାର ରାତିରେ ଦେହାନ୍ତ ହୋଇଥିଲା। ୪୨ ବର୍ଷ ବୟସରେ ସେ ଏହି ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଥିଲେ। ଶେଫାଲିଙ୍କ ଆକସ୍ମିକ ମୃତ୍ୟୁ ତାଙ୍କ ପରିବାରଠାରୁ ଆରମ୍ଭ କରି ସମସ୍ତ ସେଲିବ୍ରିଟି ଏବଂ ପ୍ରଶଂସକଙ୍କୁ ମର୍ମାହତ କରିଛି। ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା ମଧ୍ୟ ଶେଫାଲି ଜରିୱାଲାଙ୍କ ଆକସ୍ମିକ ମୃତ୍ୟୁରେ ବହୂତ ଦୁଃଖୀ ଥିବା କହିଛନ୍ତି। ଅଭିନେତ୍ରୀଜଣକ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଦୁଃଖ ପ୍ରକାଶ କରିଛନ୍ତି।
ପ୍ରିୟଙ୍କା ଚୋପ୍ରା ତାଙ୍କ ଫିଲ୍ମ 'ମୁଝସେ ଶାଦୀ କରୋଗୀ'ରେ ସ୍ୱର୍ଗତ ଶେଫାଲି ଜରିୱାଲାଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ। ରବିବାର ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେଫାଲିଙ୍କ ଏକ ଫଟୋ ସେୟାର କରି ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଥିଲେ। ପ୍ରିୟଙ୍କା ତାଙ୍କ ପୋଷ୍ଟରେ ଲେଖିଥିଲେ, "ବହୁତ ଦୁଃଖଦ। ସେ ବହୁତ ଛୋଟ ଥିଲେ। ପରାଗ ଏବଂ ପରିବାର ପ୍ରତି ସମବେଦନା।"
/sambad/media/post_attachments/onecms/images/uploaded-images/2025/06/30/76bc21082716c333874f922c6969c8521751258441811209_original-286446.png)
ଉଲ୍ଲେଖଯୋଗ୍ୟ, ଜୁନ୍ ୨୭ ତାରିଖ ରାତିରେ ହୃଦଘାତରେ ଶେଫାଲି ଜରିୱାଲାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ସ୍ୱାମୀ ତାଙ୍କୁ ମୁମ୍ବାଇର ଅନ୍ଧେରୀ ଉପକଣ୍ଠରେ ଥିବା ବେଲାଭ୍ୟୁ ହସ୍ପିଟାଲକୁ ନେଇଯାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜୁନ୍ ୨୮, ଶନିବାର ଦିନ ମୁମ୍ବାଇରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/06/30/tddsvdsd-2025-06-30-15-07-32.jpg)