ମୁମ୍ବାଇ: ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଝିଅ ମାଲତୀ ମ୍ୟାରି ଚେହେରା ପ୍ରଥମ ଥର ପାଇଁ ସର୍ବସାଧାରଣ କରିଥି‌ଲେ। ପ୍ରିୟଙ୍କାଙ୍କ ଝିଅର ଫଟୋ ସୋସିଆଲ୍‌ ମିଡିଆରେ ଛାଇ ହୋଇ ଯାଇଥିଲା। କେବଳ ସେତିକି ନୁହେଁ, ଫଟୋକୁ ଦେଖି ମାଲତୀ କାହା ଭଳି ଦିଶୁଛନ୍ତି ବୋଲି କହି ପ୍ରଶଂସକମାନେ ନିଜର ମତ ବି ଦେବାକୁ ପଛାଇ ନଥିଲେ।

Advertisment
View this post on Instagram

A post shared by Priyanka (@priyankachopra)

ଏହା ମଧ୍ୟରେ ଅଭିନେତ୍ରୀ ପ୍ରିୟଙ୍କା ନିଜ ଝିଅର ଏକ ନୂଆ ଭିଡିଓ ସେୟାର୍‌ କରିଛନ୍ତି, ଯାହାକି ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇଛି। ନିକଟରେ ପ୍ରିୟଙ୍କା କରିଥିବା ଏକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ପ୍ରଥମେ ସ୍ବାମୀ ନିକ୍‌ ଜୋନସଙ୍କର ଏକ ଫଟୋ ସେୟାର କରିଥିବା ବେଳେ ଏକ ଭିଡିଓ ବି ସେୟାର କରିଛନ୍ତି। ସେଥିରେ ସେ କ୍ୟାପ୍‌ସନ ଲେଖିଛନ୍ତି, ‘ତୁମକୁ ନେଇ ମୁଁ ଗର୍ବିତ। ଶୁଭେଚ୍ଛା’।

ସ୍ବାମୀଙ୍କର ସଫଳତାରେ ଶୁଭେଚ୍ଛା ଜଣାଇବାକୁ ପୋଷ୍ଟ୍‌ କରିଥିବା ଭିଡିଓରେ ଦେଶୀଗାର୍ଲ ନିଜ ଝିଅକୁ ବି ଦେଖାଇଛନ୍ତି। ମାଲତୀ ପ୍ରିୟଙ୍କାଙ୍କ କୋଳରେ ଖେଳୁଥିବାର ଆପଣ ଭିଡିଓରେ ଦେଖି ପାରୁଥିବେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ନିକଟରେ ପ୍ରିୟଙ୍କାଙ୍କ ଝିଅ ମାଲତୀ ମ୍ୟାରିକୁ ୧ ବର୍ଷ ପୂର୍ତ୍ତି ହେବାର ସପ୍ତାହେ ପରେ ସେ ତାଙ୍କର ଫଟୋଗୁଡ଼ିକୁ ସର୍ବସାଧାରଣ କରିଥିଲେ। ଜୋନସ୍‌ ବ୍ରଦର୍ସଙ୍କର ଏକ ଉତ୍ସବରେ ପ୍ରିୟଙ୍କା ଝିଅ ମାଲତୀ ସହ ଯୋଗ ଦେଇଥିବା ଅବସରରେ ତାଙ୍କ ଫଟୋଗୁଡ଼ିକ ଭାଇରାଲ୍‌ ହୋଇଥିଲା।

ଉତ୍ସବରେ ନିକ୍‌ ଜୋନସ୍‌ଙ୍କ ବ୍ୟତୀତ ତାଙ୍କ ଭାଇ କେଭିନ୍‌, ଜୋଏ ଏବଂ ସେ ଦୁହିଁଙ୍କ ପତ୍ନୀ ବି ନଜର ଆସିଥି‌ଲେ। ଏକ ଗ୍ରୁପ୍‌ ଫଟୋରେ ସେ ସମସ୍ତେ ଦେଖିବାକୁ ମିଳିଥିଲେ। ଏବେ ସେହି ଉତ୍ସବର ଏକ ଭିଡିଓ ବି ସେୟାର କରିଛନ୍ତି ପ୍ରିୟଙ୍କା।