ମୁମ୍ବାଇ: ପ୍ରିୟଙ୍କା ଚୋପ୍ରାଙ୍କୁ ଏବେ ଖାଲି ବଲିଉଡ୍ ଅଭିନେତ୍ରୀ ବୋଲି କହିଲେ ହେବ ନାହିଁ, ସେ ଜଣେ ଗ୍ଲୋବାଲ୍ ଆଇକନ୍। ସେ ୨୦୦୩ ମସିହାରେ ‘ଦ ହିରୋ: ଲଭ୍ ଷ୍ଟୋରି ଅଫ୍ ଏ ସ୍ପାଇ’ ଜରିଆରେ ବଲିଉଡ୍ରେ ପ୍ରବେଶ କରିଥିଲେ। ଏହାପରେ ସେ କେବେ ବି ପଛକୁ ଫେରି ଦେଖିନାହାନ୍ତି। ଆଜିକା ଦିନରେ ସେ ହଲିଉଡ୍ରେ ହଲ୍ଲା ମଚାଉଛନ୍ତି। ସେ ଖୁବ୍ ଶୀଘ୍ର ହଲିଉଡ୍ ଫିଲ୍ମ ‘ସିଟାଡେଲ୍’ରେ ନଜର ଆସିବେ। ଏଥିପାଇଁ ଫିଲ୍ମଟିର ପ୍ରମୋସନରେ ପିସି ଏବେ ଖୁବ୍ ବ୍ୟସ୍ତ ଅଛନ୍ତି। ପ୍ରିୟଙ୍କାଙ୍କ ଅପ୍କମିଂ ହଲିଉଡ୍ ଫିଲ୍ମଟିର ପ୍ରଯୋଜକ ହେଉଛନ୍ତି ହଲିଉଡ୍ର ବହୁ ଜଣାଶୁଣା ରୁସୋ ବ୍ରଦର୍ସ। ତେବେ ନିକଟରେ ପିସିଙ୍କୁ ଏକ ସାକ୍ଷାତ୍କାରରେ ପଚରା ଯାଇଥିଲା ଯେ ତାଙ୍କୁ ଏତେ ବଡ଼ ପ୍ରଯୋଜକଙ୍କ ସହ କାମ କରି କିପରି ଅନୁଭବ ହେଉଛି ବୋଲି। ଯାହାର ଉତ୍ତରରେ ପିସି ଏକ ଆଶ୍ଚର୍ଯ୍ୟ କରିବା ପରି ବୟାନ ଦେଇଛନ୍ତି।
ସେ କହିଛନ୍ତି, ‘ବାସ୍ତବ କଥା କହିବାକୁ ଗଲେ ଆମେ ଅଭିନେତା/ଅଭିନେତ୍ରୀ (ଆକ୍ଟର)ମାନେ କିଛି କରୁନା। ମାତ୍ର ସମସ୍ତ ଶ୍ରେୟ ଆମେ ନେଇଯାଉ। କେବଳ ସ୍କ୍ରିପ୍ଟରେ ଲେଖା ଯାଇଥିବା କଥାକୁ ଆମେ ପଢ଼ିକି କହିଥାଉ। ତାହାକୁ ଲେଖିଥାନ୍ତି ଅନ୍ୟ ଜଣେ। ଆମ ପୋଷାକ ଡିଜାଇନ୍ କରନ୍ତି ଡିଜାଇନର୍। ଆମର କେଶବିନ୍ୟାସ କରନ୍ତି ହେୟାର୍ ଡ୍ରେସର୍। ମେକ୍ଅପ୍ ପାଇଁ ମେକ୍ଅପ୍ମ୍ୟାନ ଥାଆନ୍ତି। ଆମ ପାଇଁ ଗୀତ ଆଉ ଜଣେ ଗାଆନ୍ତି। ତାଙ୍କୁ ଲେଖନ୍ତି ବି ଅନ୍ୟ କେହି। ଆମେ ଖାଲି ଓଠ ଏପଟ ସେପଟ କରୁ। ସେଥିରେ ବି ସମସ୍ତ ଶ୍ରେୟ ଆମକୁ ମିଳିଯାଏ। ବାସ୍ତବରେ କହିବାକୁ ଗଲେ ଆକ୍ଟର କରନ୍ତି କ’ଣ? କିଛି ବି ନୁହେଁ। ତଥାପି ବି ଶ୍ରେୟ ତାଙ୍କୁ ମିଳେ?