ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିବାହ ପରେ ସରିଯାଇନି ବଲିଉଡର ବିବାହ ଋତୁ। ଆହୁରି ବି ଏକ ଚର୍ଚ୍ଚିତ ବିବାହ ବାକି ରହିଛି। ଆପଣ ଭୁଲନଥିବେ ଆଦୌ ଯେ ଆମେରିକୀୟ କଣ୍ଠଶିଳ୍ପୀ ନିଜ୍ ଜୋନ୍ସଙ୍କୁ ବିବାହ କରିବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏ ଦୁହିଁଙ୍କ ଭିତରେ ଯେ ଗଭୀର ପ୍ରେମ ସଂପର୍କ ରହିଛି ତାହା କାହାକୁ ଅଛପା ନାହିଁ। ସୋସିଆଲ୍ ମିିଡିଆରେ ଅନେକ ସମୟରେ ଦେଖିବାକୁ ମିଳିଛି ନିକ୍-ପ୍ରିୟଙ୍କାଙ୍କ କୌତୁକିଆ ପୋଷ୍ଟ୍।
ନିକଟରେ ନିକ୍ ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ୍ କରିଥିଲେ। ୧୩ ବର୍ଷ ତଳେ ନିକ୍ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ। ସେ ସମୟର ଏକ ଫଟୋ ବି ସେ ସେୟାର୍ କରିଛନ୍ତି। ଫଟୋ ସେୟାର୍ କରି ଲେଖିଛନ୍ତି ଯେ ରୋଗରେ ଥିବା ସମୟରେ ସେ ଏଭଳି ଭାବେ ରୁଗ୍ଣ ଦୁଶିଥିଲେ। ଯାହା ବି ହେଉ ନିଜର ପରିବାର, ସଂପର୍କୀୟ, ଶୁଭେଚ୍ଛୁମାନଙ୍କ ପାଇଁ ସେ ଆଜି ସଂପୂର୍ଣ୍ଣ ସୁସ୍ଥ ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।
ନିକ୍ଙ୍କର ଏହି ପୋଷ୍ଟ୍ରେ ପ୍ରିୟଙ୍କାବି ଏକ ଜବର୍ଦସ୍ତ କମେଣ୍ଟ୍ କରିଛନ୍ତି। ଦେଶୀ ଗର୍ଲ ଲେଖିଛନ୍ତି କି ‘ତୁମର ସବୁ କିଛି ସ୍ୱତନ୍ତ୍ର। ମଧୁମେହ ସହ ବି ମଧୁମେହ ବ୍ୟତୀତ ବି।’ ଦେଶୀ ଗର୍ଲଙ୍କ ଏହି କମେଣ୍ଟ ଏବେ ବେଶ୍ ଚର୍ଚ୍ଚା ପାଲଟିଛି।