ମୁମ୍ବାଇ : ଦୁଇ ବର୍ଷ ପରେ ବଲିଉଡ୍ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ୍’ ଜରିଆରେ ପରଦାକୁ ଫେରୁଛନ୍ତି ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରା । ପୂର୍ବରୁ ଏହି ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ହୋଇ ସାରିଥିବା ବେଳେ ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ବ୍ୟତୀତ ଫର୍ହାନ୍ ଅଖ୍ତର ଏବଂ ଜାଇରା ଓ୍ଵାସିମ୍ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ପ୍ରିୟଙ୍କା-ଫର୍ହାନ୍ ଜାଇରାଙ୍କ ମାତା-ପିତାଙ୍କ ଭୂମିକାରେ ନଜର ଆସିବୋ ତେବେ ଫିଲ୍ମଟି ଯାହାଙ୍କ ଜୀବନୀକୁ ନେଇ ତିଆରି ହେଉଛି ସେ କିଏ ଆପଣ ଜାଣିଛନ୍ତି ? ଏହି ଫିଲ୍ମରେ ଆୟଶା ଚୌଧୁରୀ ନାମକ ଜଣେ ଯୁବତୀଙ୍କ ଜୀବନ କାହାଣୀ ବିଷୟରେ ଦର୍ଶାଯାଇଛି । ଆୟଶା ଜନ୍ମରୁ ହିଁ ଏକ ବିରଳ ରୋଗରେ ପୀଡ଼ିତ ଥିଲେ ।
/sambad/media/post_attachments/wp-content/uploads/2018/07/priyanka-7591-300x167.jpg)
ତାଙ୍କୁ ସିଭିୟର କମ୍ବାଇନଡ଼୍ ଈମ୍ୟୁନୋ ଡ଼େଫିସିଏନ୍ସି ରୋଗ ହୋଇଥିବାରୁ ମାତ୍ର ୬ବର୍ଷ ବୟସରେ ତାଙ୍କର ବୋନ ମ୍ୟାରୋ ଅସ୍ତ୍ରୋପଚାର କରାଯାଇଥିଲା । ୧୩ବର୍ଷ ବୟସ ହୋଇଥିବା ବେଳେ ତାଙ୍କୁ ପଲ୍ମୋନାରି ଫାଇବ୍ରୋସିସ୍ ରୋଗ ହୋଇ ଯାଇଥିଲା । ଏତେ ସବୁ ପରେ ମଧ୍ୟ ସେ TEDx ଏବଂ INK ଭଳି ପ୍ଲାଟ୍ଫର୍ମରେ ନିଜର ଟ୍ୟାଲେଣ୍ଟ ଦେଖା ସାରିଥିଲେ । କିନ୍ତୁ ୧୮ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲେ ।