ରିୟାଲିଟି ସୋ’କୁ ଆସି ପ୍ରିୟଙ୍କାଙ୍କୁ ହତ୍ୟା କରିବାକୁ ଚାହୁଁଛି ବୋଲି କହିଲେ ଯୁବକ, କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ଜଜ୍‌

ମୁମ୍ବାଇ : ରିୟାଲିଟି ସୋ’ ରୋଡିଜ୍‌କୁ ଅଡିସନ ପାଇଁ ଆସିଥିବା ବେଳେ ଜଣେ ଯୁବକଙ୍କ ଇଚ୍ଛା ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଜଜ୍‌ । ନିଜ ଫର୍ମରେ ସେ ପ୍ରିୟଙ୍କାଙ୍କୁ ହତ୍ୟା କରିବାକୁ ଚାହୁଁଥିବା କଥା ଦେଖି ରୋଡିଜ୍‌ର ଜଜ୍‌ ତଥା ଅଭିନେତ୍ରୀ ନେହା ଧୁପିଆ ତାଙ୍କୁ ଏହାର କାରଣ ପଚାରିଥିଲେ ।

ଯୁବକଙ୍କ ନାଁ ସାରଙ୍ଗ ହୋଇଥିବା ବେଳେ ନେହାଙ୍କ ପ୍ରଶ୍ନର ଉତ୍ତର ରଖି, ହଁ ମୁଁ ତାଙ୍କୁ ହତ୍ୟା କରିବାକୁ ଚାହେଁ, କାରଣ ମୁଁ ତାଙ୍କୁ ଘୃଣା କରେ । ମୁଁ ତାଙ୍କ ସହ କାମ କରି ସାରିଛି । ଯାହାର ଅଭିଜ୍ଞତା ବହୁତ ଖରାପ ଥିଲା । ସେ ନିଜ ଛଡ଼ା ଆଉ କାହାକୁ ସମ୍ମାନ ଦିଅନ୍ତି ନାହିଁ । ଏକ ସୋ’ରେ ନୃତ୍ୟ ପ୍ରଦର୍ଶନ କରିବା ପାଇଁ ମୁଁ ତାଙ୍କ ସହ ଅଭ୍ୟାସ କରିଥିଲି । ପୂରା ଟିମ୍‌ ୨୪ଘଣ୍ଟା ଅଭ୍ୟାସ କରିବା ପରେ ସେ ବିଳମ୍ବରେ ଆସୁଥିଲେ । .ଯେଉଁଥି ପାଇଁ ଆମକୁ ପୁଣି ଥରେ ଅଭ୍ୟାସ କରିବାକୁ ପଡ଼ୁଥିଲା । ବେଳେ ବେଳେ ଆମେ ନ ଖାଇ ମଧ୍ୟ ଅଭ୍ୟାସ କରିଛୁ । ସେ କିନ୍ତୁ କାହା ବଷୟରେ ନ ଭାବି ନିଜ ବିଷୟରେ ଭାବିଥାନ୍ତି । ମନ ଇଚ୍ଛା ଆସନ୍ତି ବୋଲି କହିଥିଲେ ସାରଙ୍ଗ ।

ସମ୍ବନ୍ଧିତ ଖବର