ମୁମ୍ବାଇ: ବଲିଉଡରୁ ହଲିଉଡ ଯାତ୍ରା କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରାୟତଃ ତାଙ୍କ କାମ ପାଇଁ ଓ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ପ୍ରିୟଙ୍କା ସୋସିଆଲ ମିଡିଆରେ ଖୁବ ସକ୍ରିୟ।
ପ୍ରିୟଙ୍କା ପ୍ରଶଂସକଙ୍କ ରୁଚି ମୁତାବକ ଅନେକ ପୋଷ୍ଟ ସେୟାର କରିଥାଆନ୍ତି। ନିକଟରେ ସେ ନିଜର ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି। ଏହି ଫଟୋ ତାଙ୍କ ୯ବର୍ଷ ବୟସର ରହିଛି। ପ୍ରିୟଙ୍କା ଚୋପ୍ରା ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଚେତାବନୀ: ମୋର ୯ ବର୍ଷର ବୟସକୁ ଦୟାକରି ଟ୍ରୋଲ କରିବ ନାହିଁ।
ସେ ଆହୁରି ଲେଖିଛନ୍ତି, 'ବାମ ପାର୍ଶ୍ୱରେ ଥିବା ବାଳିକା ଜଣକ ହେଉଛି ମୁଁ। ବୟକଟ କେଶ କାଟିଛି। ଏହା ମୋ ସ୍କୁଲ ସମୟର। ସବୁବେଳେ ମୋ ମା’ ମୋର ଏପରି କୋଶ କାଟି ଦେଉଥିଲେ। ଡାହାଣପାର୍ଶ୍ବରେ ଥିବା ଫଟୋଟି ମୋ ୧୭ବର୍ଷ ବୟସର। ସେତେବେଳ ମୁଁ ୨୦୦୦ ମସିହାରେ ମିସ ଇଣ୍ଡିଆର ପୁସ୍ତକ ଜିତିଥିଲି। ଏଥିରେ ମୋର କେଶସଜ୍ଜା, ମେକଅପ ଓ ପୋଷାକ ଉଜ୍ଜ୍ବଳ ଦିଶୁଛି। ଦୁଇଟି ଫଟୋ ଏକଦଶକରୁ କମ ସମୟ ମଧ୍ୟରେ ଉଠାଇଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଯାହାବି କିଛି ସଫଳତା ପାଇଛି ସେଥିପାଇଁ ମୋତେ ଖୁବ ସଂଘର୍ଷ ଓ ପରିଶ୍ରମ କରିବାକୁ ପଡ଼ିଛି। ଅନେକ ଆଘାତର ଶିକାର ବି ହୋଇଛି। କିନ୍ତୁ ସବୁକିଛି କୁ ପଛ କରି ମୋର ଲକ୍ଷ୍ୟ ପଥରେ ଆଗେଇ ଚାଲିଥିଲି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/bXhiS7N6nIQY60jxzjsG.jpg)