ସ୍ୱାମୀ ନିକ୍‌ଙ୍କୁ ମାତ୍ର ୩ଟି ଶବ୍ଦରେ ସୁନ୍ଦର ଭାବେ ବର୍ଣ୍ଣନା କଲେ ଦେଶୀଗର୍ଲ

ମୁମ୍ବାଇ: ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ କଣ୍ଠଶିଳ୍ପୀ ନିକ୍‌ ଜୋନ୍‌ସ। ନିକ୍‌ଙ୍କୁ ବିବାହ କରିଥିବା ହେତୁ ୨୦୧୯ ପ୍ରି୍ରୟଙ୍କାଙ୍କର ଖୁବ୍‌ ଭଲ ଯିବ ବୋଲି ସେ ଆଶା ରଖିଛନ୍ତି। ପ୍ରିୟଙ୍କାଙ୍କୁ ତାଙ୍କ ସ୍ୱାମୀ ନିକ୍‌ଙ୍କ ବିଷୟରେ ପଚରା ଯାଇଥିବା ଏକ ପ୍ରଶ୍ନର ବେଶ୍‌ ମନଛୁଆଁ ଉତ୍ତର ଦେଇଛନ୍ତି ବିଶ୍ୱ ସୁନ୍ଦରୀ।

ତାଙ୍କୁ କୁହାଯାଇଥିଲା ନିକ୍‌ ଜୋନ୍‌ସଙ୍କୁ ୩ଟି ଶବ୍ଦରେ ବର୍ଣ୍ଣନା କରିବା ପାଇଁ। ଯାହାର ଉତ୍ତରରେ ଦେଶୀ ଗର୍ଲ କୁହନ୍ତି, ‘ସ୍ୱାମୀ, ଶାନ୍ତ ଏବଂ ଖୁବ୍‌ ସ୍ନେହୀ’। ଏକଥା କହିବା ପରେ ପ୍ରିୟଙ୍କା ଆହୁରି ବି କହିଛନ୍ତି କି ସେମାନେ ଦୁହେଁ ନିଜ ନିଜର ବ୍ୟସ୍ତତା ହେତୁ ପରସ୍ପରଙ୍କ ପାଇଁ ସମୟ ବାହର କରିବା ଖୁବ୍‌ କଷ୍ଟ ହୋଇପଡ଼େ।

 

ଭୋଗ୍‌ ଇଣ୍ଡିଆର ଇନ୍‌ଷ୍ଟା ପେଜ୍‌ରେ ଅପ୍‌ଲୋଡ ହେଉଥିବା ଏକ ଭିଡିଓରେ ପ୍ରିୟଙ୍କା କହୁଥିବାର ଦେଖିବାକୁ ମିଳିଛି ଯେ ‘ଆମେ ଦୁଇ ଜଣ ଯାକ ଖୁବ୍‌ ପରିଶ୍ରମୀ। ଆମେ ହୁହେଁ ଯାକ ନିଜ ନିଜର କାମକୁ ଭଲପାଉ। ଏହା ସହ ଆମକୁ ଏକଥା ଜଣା ଯେ ଆମେ ଦୁହେଁ ଦୁହିଁଙ୍କ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ।’

ସ୍ୱାମୀ ନିକ୍‌ଙ୍କ ସଂପର୍କରେ ପ୍ରିୟଙ୍କା ଆହୁରି ବି କହନ୍ତି କି ନିକ୍‌ ଓ ସେ ନିଜେ ପୂରା ବିଶ୍ୱକୁ ସାଥୀ ହୋଇ ଉଡ଼ିବାର ଇଚ୍ଛା ରଖିଛନ୍ତି। ତାହା ଗୋଟିଏ ଦିନ ପାଇଁ ହେଉ ପଛେ।

ସମ୍ବନ୍ଧିତ ଖବର