ପ୍ରିୟଙ୍କା ଚୋପ୍ରା ବିବାହ ସମୟରେ ପକାଇଥିବା ଓଢ଼ଣିରେ ଲେଖାଥିଲା ଏହି ୮ଟି ଗୁପ୍ତ ଶବ୍ଦ

ମୁମ୍ବାଇ : ଆନୁଷ୍ଠାନିକ ଭାବରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ବଲିଉଡର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନ୍‌ସ । ଯୋଧପୁରରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିବା ବେଳେ ଡ଼ିସେମ୍ବର ୪ରେ ଦିଲ୍ଲୀରେ ଦୁହେଁ ବିବାହ ଭୋଜି ଦେଇଥିଲେ । ତେବେ ଦୀପ୍‌-ବୀରଙ୍କ ଭଳି ନିକ୍‌ୟାଙ୍କାଙ୍କ ବିବାହ ମଧ୍ୟ ଚର୍ଚ୍ଚାରେ ରହିଥିବା ବେଳେ ବିବାହ ସମୟରେ ପ୍ରିୟଙ୍କା ପିନ୍ଧିଥିବା ଧଳା ରଙ୍ଗର ଗାଉନ୍‌ ଏବଂ ମୁଣ୍ଡରେ ପକାଇଥିବା ୭୫ଫୁଟ୍‌ ଲମ୍ବା ଓଢ଼ଣିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବିବାହ ଦିନ ପ୍ରିୟଙ୍କା ନିଜ ମୁଣ୍ଡରେ ପକାଇଥିବା ଓଢ଼ଣିରେ ୮ଟି ଗୁପ୍ତ ଶବ୍ଦ ଉର୍ଦ୍ଦୁ ଭାଷାରେ ଲେଖା ଯାଇଥିବା ଜଣାପଡ଼ିଛି । ଏହି କଥାର ଖୁଲାସା ପ୍ରିୟଙ୍କାଙ୍କ ଡ଼ିଜାଇନର ରାଲ୍ଫ ଲରେନ୍‌ କରିଛନ୍ତି ।

India.com

ରାଲ୍ଫ କରିଥିବା ପୋଷ୍ଟ ମୁତାବକ, ପ୍ରିୟଙ୍କାଙ୍କ ଓଢ଼ଣିରେ ଉର୍ଦ୍ଦୁ ଭାଷାରେ ଅନେକ ଶବ୍ଦ ଲେଖା ଯାଇଥିଲା । ଯେଉଁଥିରେ ନିକ୍‌ ମାଇ ଲଭ୍‌ ଲେଖାଇଥିଲେ । ଏହା ସହ ଏଥିରେ ୮ଟି ଗୁପ୍ତ ଶବ୍ଦ ରହିଥିଲା, ଯାହାକୁ ପ୍ରିୟଙ୍କା ନିଜେ ବାଛିଥିଲେ । ଏହି ୮ଟି ଗୁପ୍ତ ଶବ୍ଦରେ ପରିବାର,ଆଶା,ଦୟା ଭଳି ଅନେକ ମହତ୍ତ୍ୱପୂର୍ଣ୍ଣ ଶବ୍ଦ ରହିଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର