ୟୁନିସେଫ୍‌ ପକ୍ଷରୁ ପ୍ରିୟଙ୍କାଙ୍କୁ ଦିଆଯିବ ଡାନେ କାୟେ ହ୍ୟୁମାନିଟାରିଆନ୍‌ ଆଓ୍ଵାର୍ଡ, ସ୍ନୋ ଫ୍ଲେକ୍‌ ବଲ ଇଭେଣ୍ଟରେ କରାଯିବ ସମ୍ମାନିତ

ମୁମ୍ବାଇ: ୟୁନିସେଫ୍‌ର ଗୁଡ୍‌ଓ୍ଵିଲ ଆମ୍ବାସାଡାର ତଥା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଏବେ ଏକ ବଡ଼ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛି ୟୁନିସେଫ୍‌ । ୟୁନିସେଫ୍‌ର ସ୍ନୋ ଫ୍ଲେକ୍‌ ବଲ ଭଳି ଇଭେଣ୍ଟରେ ପ୍ରିୟଙ୍କାଙ୍କୁ କାୟେ ହ୍ୟୁମାନିଟାରିଆନ୍‌ ଆଓ୍ଵାର୍ଡରେ ସମ୍ମାନିତ କରାଯିବ ବୋଲି ଜଣା ପଡ଼ିଛି । ସ୍ନୋ ଫ୍ଲେକ୍‌ ବଲ ୟୁନିସେଫ୍‌ର ପ୍ରତିଷ୍ଠିତ ଆଓ୍ଵାର୍ଡ ସମାରୋହ ହୋଇଥିବା ବେଳେ ଲୋକମାନଙ୍କ ଭଲ ପାଇଁ କାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମାରୋହରେ ସମ୍ମାନିତ କରାଯାଇଥାଏ ।

ଏହି ସମାରୋହ ଡିସେମ୍ବରରେ ହେବାକୁ ଥିବା ବେଳେ ପ୍ରିୟଙ୍କା ଏବେ ଏ ନେଇ ନିଜ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି । ଟୁଇଟ୍‌ କରି, ଡିସେମ୍ବରରେ ମୋତେ ସ୍ନୋ ଫ୍ଲେକ୍‌ ବଲ ଇଭେଣ୍ଟରେ ୟୁନିସେଫ୍‌ ୟୁଏସ୍‌ଏ ଡାନେ କାୟେ ହ୍ୟୁମାନିଟାରିଆନ୍‌ ଆଓ୍ଵାର୍ଡରେ ସମ୍ମାନିତ କରିବାକୁ ଯାଉଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ଦୁନିଆର ସବୁ ପିଲାମାନଙ୍କ ଶାନ୍ତି, ସ୍ୱତନ୍ତ୍ରତା ଏବଂ ଶିକ୍ଷାର ଅଧିକାର ପାଇଁ ୟୁନିସେଫ୍‌ ସହ କାମ କରିବା ହିଁ ମୋ ପାଇଁ ସବୁ କିଛି ବୋଲି ଲେଖିଛନ୍ତି ପ୍ରିୟଙ୍କା ।

ସମ୍ବନ୍ଧିତ ଖବର