ବିବାହ ପରେ ପ୍ରଥମ ଥର ପାଇଁ ଭାବବିହ୍ଵଳ ହେଲେ ପ୍ରିୟଙ୍କା,ଭିଡିଓ ସେୟାର କରି ମାଗିଲେ ସାହାଯ୍ୟ

ମୁମ୍ବାଇ : ଆମେରିକାନ କଣ୍ଠଶିଳ୍ପୀ ତଥା ପ୍ରେମିକ ନିକ୍‌ ଜୋନ୍‌ସଙ୍କ ବିବାହ କରି ଚର୍ଚ୍ଚାରେ ରହିଥିଲେ ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଦୁହିଁଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଥିବା ବେଳେ ଦୁହେଁ ଖୁବ୍‌ ଧୁମ୍‌ ଧାମ୍‌ରେ ବିବାହ କରିଥିଲେ । ବିବାହ ପରେ ହନିମୁନ୍‌ରେ ଯିବା ସହ ଏବେ ନିଜ ନିଜ କାମକୁ ଫେରିଛନ୍ତି ନିକ୍‌ୟାଙ୍କା । ବିବାହ ପରେ ପ୍ରିୟଙ୍କାଙ୍କୁ ନେଇ ଚର୍ଚ୍ଚା ଥମି ଆସୁଥିବା ବେଳେ ଏବେ ସେ ସେୟାର କରିଥିବା ଭିଡ଼ିଓକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଭିଡ଼ିଓରେ, “ଏବେ ସବୁ ସ୍ଥାନରେ ୧୦ବର୍ଷର ଚ୍ୟାଲେଞ୍ଜ ଚାଲିଛି । ଯେଉଁଠି ଲୋକମାନେ ନିଜ ୧୦ବର୍ଷର ଫଟୋ ସହ ଏବେର ଫଟୋ ଯୋଡ଼ି ଛାଡ଼ୁଛନ୍ତି । ମୁଁ ବି ଏ ସବୁ ପୋଷ୍ଟ ଦେଖି ମୋର ୧୦ବର୍ଷର ଯାତ୍ରା ବିଷୟରେ ଭାବିଲି । ଏହି ୧୦ବର୍ଷ ମଧ୍ୟରେ ପୋଷାକ ପରିଧାନ କରିବାର ଶୈଳୀଠାରୁ ଆରମ୍ଭ କରି ବିବାହ କରିବା ପର୍ଯ୍ୟନ୍ତ,ସବୁ କିଛି ବଦଳିଛି । କିଛି ନୂଆ ଲୋକ ଆସିଛନ୍ତି ଏବଂ ଯାଇଛନ୍ତି । ଜୀବନକୁ ଦେଖିବାର ଶୈଳୀ ବଦଳିଛି । ମୋ ମନରେ ସବୁ ଅନ୍ୟମାନଙ୍କ ବିଷୟରେ ଜାଣିବାର ଇଚ୍ଛା ରହିଥାଏ । ସେମାନେ ମୋତେ ବହୁତ କିଛି ଶିଖାଇଥାନ୍ତି । ସମସ୍ତଙ୍କଠାରୁ କିଛି କିଛି ଶିଖି ମୁଁ ଆଜି ଏଠାରେ ପହଞ୍ଚିଛି । ଏବେ ମୁଁ ଭାବୁଛି ଏକ ଯାତ୍ରରେ ବାହାରିବି,ଯେଉଁ ମୁଁ କିଛି ବଡ଼ ଏବଂ ଅସାଧାରଣ ଲୋକଙ୍କ ସହ ଦେଖା କରି ପାରିବି । ସେମାନଙ୍କୁ ଭେଟିବା ପରେ ମୁଁ ବହୁତ କିଛି ଶିଖି ପାରିବି । ମୋର ଏହି ଯାତ୍ରାରେ ଆପଣମାନେ ମୋତେ ସାହାଯ୍ୟ କରନ୍ତୁ”ବୋଲି ପ୍ରିୟଙ୍କା କହିଛନ୍ତି ।

 

View this post on Instagram

 

With this #10yearchallenge taking over the internet, it’s got me thinking about the past ten years of my life, like probably all of you. So much has changed! Not just my hair or my clothes (or my husband!), but in how I see the world. How I understand myself. In these 10 years, with everything I’ve done, I realized that it’s my curiosity in others that has led me to grow into who I am today. So I decided to feed my curiosity by starting a journey where I will meet some extraordinary people. I am a lifelong learner and I am always seeking inspiration. Help me navigate my way through this journey as I ask my peers, role models, and friends — #JustOneThing. Watch my stories today☝️ to be a part of my new @youtube Originals Special, “If I Could Tell You Just One Thing.”

A post shared by Priyanka Chopra Jonas (@priyankachopra) on

ସୂଚନା ମୁତାବକ,ପ୍ରିୟଙ୍କା ଏହି ଭିଡିଓ ପୋଷ୍ଟ କରି ୟୁଟ୍ୟୁବ୍‌ରେ ଆସିବାକୁ ଥିବା ନିଜର ସ୍ପେଶାଲ ସୋ’ “If I Could Tell You Just One Thing” ପାଇଁ ନିଜ ପ୍ରଶଂସକମାନେଙ୍କୁ ପ୍ରଶ୍ନ ପଠାଇ ତାଙ୍କୁ ସାହାଯ୍ୟ କରିବା ପାଇଁ କହିଛନ୍ତି । ପ୍ରଶଂସକମାନେ ପଠାଇଥିବା ପ୍ରଶ୍ନ ଗୁଡ଼ିକ ସୋ’କୁ ଆସିଥିବା ଅତିଥିମାନଙ୍କୁ ପଚରାଯିବ ବୋଲି ଜଣା ପଡ଼ିଛି ।

 

 

 

ସମ୍ବନ୍ଧିତ ଖବର