‘ମେରୀକମ୍‌’ ପରେ ପି.ଟି ଉଷାଙ୍କ ବାୟୋପିକ୍‌ରେ ପ୍ରିୟଙ୍କା

ମୁମ୍ବାଇ: ପ୍ରସିଦ୍ଧ ବକ୍ସର ମେରୀ କମଙ୍କ ବାୟୋପିକରେ ନିଜର ଅଭିନୟର କମାଲ ଦେଖାଇ ଦର୍ଶକଙ୍କୁ ବିମୋହିତ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଆଉ ଜଣେ ସ୍ପୋର୍ସ ଓମ୍ୟାନ୍‌ଙ୍କ ବାୟୋପିକ୍‌ରେ ଦେଖିବାକୁ ମିଳିବେ। ମେରୀ କମଙ୍କ ପରେ ପ୍ରିୟଙ୍କା ପ୍ରସିଦ୍ଧ ଅଲିମ୍ପିକ୍‌ ଚମ୍ପିୟନ ପି.ଟି ଉଷାଙ୍କ ଭୂମିକାରେ ଦୃଶ୍ୟମାନ ହେବେ। ‘ମେରୀକମ୍‌’ ଚଳଚ୍ଚିତ୍ରର ଅଦ୍ଭୂତପୂର୍ବ ସଫଳତା ଦେଖିବା ପରେ ପି.ଟି ଉଷାଙ୍କ ଉପରେ ବାୟୋପିକ୍‌ ନିର୍ମାଣ କରିବାକୁ ଇଚ୍ଛା ରଖିଥିବା ଚଳଚ୍ଚିତ୍ର ନିର୍ମାତା ଆଉ କିଛି ଚିନ୍ତା ନ କରି ଉଷାଙ୍କ ଚରିତ୍ର ପାଇଁ ପ୍ରିୟଙ୍କାଙ୍କୁ ଭାବି ତାଙ୍କୁ ପ୍ରସ୍ତାବ ଦେଇଛନ୍ତି। ତେବେ, ‘ମେରୀ କମ୍‌’ ପରି ପ୍ରିୟଙ୍କାର ଏହି ବାୟୋପିକ୍‌ଟିକୁ ମଧ୍ୟ ଲୋକ ଗ୍ରହଣ କରୁଛନ୍ତି କି ନାହିିଁ ତାହା ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ଜାଣି ହେବ।

ପି.ଟି ଉଷାଙ୍କୁ ନେଇ କରାଯାଇଥିବା ଏହି ଚଳଚ୍ଚିତ୍ରଟିରେ ୧୦୦ କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହି ଚଳଚ୍ଚିତ୍ରଟିରେ ପ୍ରିୟଙ୍କା ଅଭିନୟ କରିବାକୁ ଥିବା ବେଳେ ସଂଗୀତ ଦେବେ ପ୍ରସିଦ୍ଧ ଓସ୍କାର ବିଜେତା ସଂଗୀତଜ୍ଞ ଏ. ଆର୍‌. ରହମାନ।

ପି.ଟି ଉଷାଙ୍କୁ ନେଇ କରାଯାଇଥିବା ଏହି ଚଳଚ୍ଚିତ୍ରଟିରେ ୧୦୦ କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହି ଚଳଚ୍ଚିତ୍ରଟିରେ ପ୍ରିୟଙ୍କା ଅଭିନୟ କରିବାକୁ ଥିବା ବେଳେ ସଂଗୀତ ଦେବେ ପ୍ରସିଦ୍ଧ ଓସ୍କାର ବିଜେତା ସଂଗୀତଜ୍ଞ ଏ. ଆର୍‌. ରହମାନ।

ପି.ଟି ଉଷାଙ୍କର ଏହି ବାୟୋପିକରେ ନିର୍ଦ୍ଦେଶନା ଦେବେ ରେବତୀ ଏସ୍‌.ବର୍ମା। ଯିଏକି ତାମିଲ୍‌ ଓ ମଲୟାଲମ ଚଳଚ୍ଚିତ୍ର ଦୁନିଆରେ ବହୁ ହିଟ୍‌ ଫିଲ୍ମ ଦେଇଛନ୍ତି। କୁହାଯାଉଛି କି ଏହି ଫିଲ୍ମକୁ ହିନ୍ଦୀ,ଇଂରାଜି, ଚାଇନିଜ୍‌ ଓ ରଷିୟନ ଭାଷାରେ ରିଲିଜ କରାଯିବାର ଯୋଜନା ରହିଛି।

ଉଲ୍ଲେଖଯୋଗ୍ୟ, ପ୍ରିୟଙ୍କା ଯୋଗା ‘ବିଜିରାଓ ମସ୍ତାନୀ’ ଚଳଚ୍ଚିତ୍ରରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲେ। ଅଭିନେତ୍ରୀ ପ୍ରିୟଙ୍କା ବଲିଉଡ୍‌ ପରେ ହଲିଉଡ୍‌ରେ ମଧ୍ୟ ନିଜର ଅଦ୍ଭୂତପୂର୍ବକ ସଫଳତା ହାତେଇବାରେ ଲାଗିଛନ୍ତି। ତାଙ୍କର ମେଗା ହିଟ୍‌ ସୋ’ ‘କ୍ୱାଣ୍ଟିକୋ’ରୁ ନେଇ ‘ବେଓ୍ଵାଚ୍‌’ରେ ତାଙ୍କର ସ୍ୱତନ୍ତ୍ର ଅଭିନୟ ଖୁବ୍‌ ଶୀଘ୍ର ଦର୍ଶକଙ୍କ ମନ କିଣି ପାରିଛି। ୩୩ ବର୍ଷୀୟା ଏହି ଅଭିନେତ୍ରୀ ଏବେ ବଲିଉଡ୍‌ରେ ଅଭିନୟ କରିପାରନ୍ତି ବୋଲି ଆଶା କରାଯାଉଛି। ଅଲିମ୍ପିକ୍‌ ଚମ୍ପିୟନ ପି.ଟି ଉଷାଙ୍କ ଉପରେ ହେବାକୁ ଥିବା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ରେବତୀ ଏସ୍‌ ବର୍ମା ପ୍ରିୟଙ୍କାଙ୍କୁ ମୁଖ୍ୟ ଭୂମିକା ନିଭେଇବା ପାଇଁ ପ୍ରସ୍ତାବ ଦେଇଛନ୍ତି।

ନିଦ୍ଦେର୍ଶକ ରେବତୀ ଗଣମାଧ୍ୟମରେ ଜଣାଇଛନ୍ତି ଯେ, ‘ଗତ କିଛି ବର୍ଷ ହେବ ମୁଁ ଅନେକ ବାୟୋପିକ୍‌ ନିର୍ମାଣ କରିଆସୁଛି। ପି.ଟି. ଉଷାଙ୍କୁ ତାଙ୍କର ବାୟୋପିକ୍‌ ପାଇଁ ରାଜି କରାଇବା କିଛି ଛୋଟ କଥା ନଥିଲା। ମୁଁ ଅନେକ ଦିନ ହେବ ତାଙ୍କ ଅନୁମତି ମାଗି ଆସୁଥିଲି। ମାତ୍ର ଠିକ୍‌ ସମୟ ଆସିଲେ ବାୟୋପିକ୍‌ ବନେଇବେ ବୋଲି ଉଷା ମୋତେ କହି ଆସୁଥିଲେ। ମାତ୍ର ସେ ଯେତେବେଳେ ହିଁ କହିଦେଲେ ମୁଁ ସଙ୍ଗେ ସଙ୍ଗେ ଚଳଚ୍ଚିତ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାର ନିଷ୍ପତ୍ତି ନେଲି।’

ସମ୍ବନ୍ଧିତ ଖବର