ଏହି କାରଣ ପାଇଁ ନିକ୍‌ ଆମେରିକାର ରାଷ୍ଟ୍ରପତି ହୁଅନ୍ତୁ ବୋଲି ଚାହିଁବା ସହ ନିଜେ ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ପ୍ରିୟଙ୍କା ଚୋପ୍ରା !

ମୁମ୍ବାଇ : ପ୍ରଥମେ ବଲିଉଡ୍‌ରେ ନିଜକୁ ସଫଳ କରିବା ପରେ ହଲିଉଡ୍‌ରେ ନିଜ ସ୍ଥାନ ଅକ୍ତିଆର କରିବା ପାଇଁ ପହଞ୍ଚିଥିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେଠାରେ ମଧ୍ୟ ତାଙ୍କୁ ସଫଳତା ମିଳିବା ସହ ନିକ୍‌ ଜୋନସଙ୍କୁ ବିବାହ କରିବା ତାଙ୍କ ଜୀବନର ବଡ଼ ସଫଳତା ଥିଲା । ଅଭିନୟକୁ ଛାଡ଼ିଦେଲେ ଏବେ ବ୍ୟବସାୟରେ ମଧ୍ୟ ପ୍ରିୟଙ୍କା ନିବେଶ କରିବା ଆରମ୍ଭ କରିଛନ୍ତି । ସବୁ କ୍ଷେତ୍ରରେ ତାଙ୍କୁ ସଫଳତା ମିଳିଥିବା ବେଳେ ଏବେ ସେ ରାଜନୀତିରେ ପାଦ ଦେବାକୁ ଚାହୁଁଥିବା କହିଛନ୍ତି ।

The Independent

ସନ୍‌ଡେ ଟାଇମ୍ସକୁ ସାକ୍ଷାତକାର ଦେଇ ସେ ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିବା କହିଛନ୍ତି । ଏହା ସହ ନିକ୍‌ ମଧ୍ୟ ଆମେରିକାର
ରାଷ୍ଟ୍ରପତି ହୁଅନ୍ତୁ ବୋଲି ଇଚ୍ଛା ଜାହିର କରିଛନ୍ତି ପ୍ରିୟଙ୍କା । ତାଙ୍କ କହିବା ଅନୁଯାୟୀ, ଆମେ ଦୁହେଁ ରାଜନୀତି କରିବାକୁ ପସନ୍ଦ କରୁ ନାହୁଁ । କିନ୍ତୁ ଜନତାଙ୍କ ସେବା ସହ ଦେଶରେ ପରିବର୍ତ୍ତନ ଆଣିବାର ଇଚ୍ଛା ଆମ ଦୁହିଁଙ୍କ ମଧ୍ୟରେ ରହିଛି , ଯାହା ପାଇଁ ମୁଁ ଭାରତର ପ୍ରଧାନମନ୍ତ୍ରୀ ହେବାର ଇଚ୍ଛା ରଖିଛି ବୋଲି କହିଛନ୍ତି ପ୍ରିୟଙ୍କା ।

ସମ୍ବନ୍ଧିତ ଖବର