ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ପୁଣି ଥରେ ତାଙ୍କ ପୋଷାକକୁ ନେଇ ଟ୍ରୋଲ ହୋଇଛନ୍ତି। ଟୁଇଟରରେ ଅଭିନେତ୍ରୀମାନଙ୍କର ବିଭିନ୍ନ ପ୍ରକାରର କୌତୁହଳପୂର୍ଣ୍ଣ ଫଟୋକୁ ସେୟାର କରାଯାଉଛି। ଅଭିନେତ୍ରୀମାନେ ବି ନିଜ ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ନିଜ ଫଟୋ ସେୟାର କରିଥାଆନ୍ତି।

Advertisment

ପ୍ରିୟଙ୍କାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଏକ ସବୁଜ ରଙ୍ଗର ପୋଷାକ ପିନ୍ଧିଛନ୍ତି। ଏହି ପୋଷାକ ସହିତ ସେ କେଶ ବାନ୍ଧି ଗୋଡରେ କଳା ଷ୍ଟକିଙ୍ଗ ପିନ୍ଧିଥିବା ଦେଖିବାକୁ ମିଳୁଛି। ଏହି ପୋଷାକକୁ ଦେଖିଲେ ପ୍ରିୟଙ୍କା ଏକ ବଲ ଭଳି ଲାଗୁଛନ୍ତି।

ପ୍ରିୟଙ୍କାଙ୍କ ଏହି କ୍ୱିକ୍ ଅର୍ବ ଡ୍ରେସକୁ ଲୋକମାନେ ‘ବାଣ’ ଓ ‘ଗରମ ବାୟୁ ଭର୍ତ୍ତି ବେଲୁନ’ ଓ ‘ମାଛ’ ସହିତ ତୁଳନା କରିଛନ୍ତି। ଏହାକୁ ନେଇ ପ୍ରିୟଙ୍କା ବି ଚୁପ ରହି ନ ଥିଲେ। ସେ ନିଜ ଇନଷ୍ଟାଗ୍ରାମ କାହାଣୀରେ ଏହି କୌତୁହଳପୂର୍ଣ୍ଣ ଫଟୋକୁ ସେୟାର କରି ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରିୟଙ୍କା ନିକଟ‌ରେ ତାଙ୍କ ପୁସ୍ତକ ‘ଅନଫିନିସଡ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏଥିରେ ସେ ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ସହିତ ଜଡ଼ିତ ଅନେକ ଆଶ୍ଚର୍ଯ୍ୟଜନକ ଘଟଣାକୁ ଉଲ୍ଲେଖ କରିଛନ୍ତି।