ଜାଣନ୍ତୁ ଝିଅ ପ୍ରିୟଙ୍କାଙ୍କ ପ୍ରେମିକ ନିକ୍‌ଙ୍କ ସଂପର୍କରେ କି ମତ ରଖନ୍ତି ମଧୁ ଚୋପ୍ରା?

ମୁମ୍ବାଇ: ଆମେରିକୀୟ କଣ୍ଠଶିଳ୍ପୀ ନିକ୍‌ ଜୋନାସ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ମୁମ୍ବାଇ ଆସିଥିଲେ ତାଙ୍କ ମାଆ ମଧୁ ଚୋପ୍ରାଙ୍କୁ ଭେଟିବାକୁ। ଗୁରୁବାର ଏହି ଚର୍ଚ୍ଚିତ ଯୁଗଳ ମୁମ୍ବାଇରେ ପହଞ୍ଚିବା ପରେ ମଧୁ ଚେପ୍ରାଙ୍କୁ ମୁମ୍ବାଇର ବାନ୍ଦ୍ରାଠାରେ ଥିବା ଏକ ରେଷ୍ଟୁରାଣ୍ଟରେ ଭେଟି ସେଠାରେ ସମସ୍ତେ ସାଙ୍ଗ ଭୋଇ ରାତ୍ରୀ ଭୋଜନ କରିଥିଲେ। ଝିଅର ପସନ୍ଦ ସଂପର୍କରେ ମତ ଦେବା ପାଇଁ ପଚରାଯିବାରୁ ମାଆ ଅତ୍ୟନ୍ତ ଚତୁରତାର ସହ ଏହି କଥାକୁ ଏଡ଼େଇ ଯାଇଛନ୍ତି। ସେ କହିଛନ୍ତି କି ‘ମୁଁ ପ୍ରଥମ ଥର ପାଇଁ ନିକ୍‌ଙ୍କୁ ଭେଟିଲୁ। ଅନ୍ୟମାନେ ବି ସାଥିରେ ଥିବା ହେତୁ ମୁଁ ତାଙ୍କ ସଂପର୍କରେ ବିଶେଷ କିଛି ଜାଣିପାରିନାହିଁ। ତାଛଡ଼ା କାହା ସହ ଗୋଟାଏ ସାକ୍ଷାତରେ ତାଙ୍କୁ କିପରି ଜାଣି ହେବ? ତାଙ୍କ ବିଷୟରେ ଏତେ କମ୍‌ ସମୟ ଦେଖା ସାକ୍ଷାତରେ ମୁଁ କୌଣସି ମତ ରଖିପାରିବ ନାହିଁ।’

 

These photos are cute I had to post ?? #priyankachopra #nickjonas

A post shared by Priyanka Chopra Fan Page ? ❤︎ (@pcourheartbeat) on

ଉଲ୍ଲେଖଯୋଗ୍ୟ, ଆମେରିକୀୟ କଣ୍ଠଶିଳ୍ପୀ ନିକ୍‌ ଜୋନାସ୍‌ଙ୍କ ନାମ ସହ ଅନେକ ଦିନ ହେବ ଯୋଡ଼ି ହୋଇଛି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନାମ। ଭାରତ ଆସିଥିବା ମଉକାରେ ପ୍ରିୟଙ୍କା ତାଙ୍କ ପ୍ରେମିକ ନିକ୍‌ଙ୍କ ସହ ମାଆ ମଧୁ ଚୋପ୍ରାଙ୍କ ବ୍ୟତୀତ ନିଜର ବଲିଉଡ୍‌ ସହ-କଳାକାରଙ୍କ ସହ ସାକ୍ଷାତ ମଧ୍ୟ କରାଇଛନ୍ତି। ଶୁକ୍ରବାର ରାତିରେ ପ୍ରିୟଙ୍କା ନିଜର ସମୂଦ୍ର କୂଳିଆ ଆପାର୍ଟମେଣ୍ଟ୍‌ରେ ଏକ ଡିନର୍‌ ପାର୍ଟିର ଅୟୋଜନ କରିଥିଲେ। ଦେଖିବାକୁ ମିଳିଛି ଯେ ସେହିଦିନ ରାତିରେ ପ୍ରିୟଙ୍କାଙ୍କ ଘରକୁ ତାଙ୍କ ସଂପର୍କୀୟା ଭଉଣୀ ପରିଣୀତି ଚୋପ୍ରା ଏବଂ ଆଲିଆ ଭଟ୍ଟ ମଧ୍ୟ ପ୍ରବେଶ କରିଥିଲେ।

ସମ୍ବନ୍ଧିତ ଖବର