ଏହି ‘ରେସ୍‌’ରେ ପଛରେ ପଡ଼ିଗଲେ ପ୍ରିୟଙ୍କା ଚୋପ୍ରା!

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ପ୍ରିୟଙ୍କା ଚୋପ୍ରା ଏବେ ନିଜର ଆଫେଆର୍‌ ଓ ମ୍ୟାରେଜ୍‌ ପ୍ରସଙ୍ଗକୁୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହା ତାଙ୍କ ପାଇଁ ଭଲ ଖବର ହୋଇପାରେ,ମାତ୍ର ଆଉ ଏକ ଖରାପ ଖବର ବି ଅଛି ତାଙ୍କ ପାଇଁ। ତାହା ହେଲାକି ଏବେ ସେ ଲୋକପ୍ରିୟତାରେ ଦୀପିକା ପାଦୁକୋନ୍‌ଙ୍କଠାରୁ ଟିକେ ପଛରେ ପଡ଼ିଯାଇଛନ୍ତି।
You Gov ଇଣ୍ଟରନେସନାଲ୍‌ ଇଣ୍ଟରନେଟ୍‌ ଓ୍ଵବ୍‌ସାଇଟ୍‌ ପକ୍ଷରୁ କରାଯାଇଥିଲା ଏକ ତାଲିକା। ଏଥିରେ ୨୦ ଜଣ ଅଭିନେତା ଓ ୨୦ ଜଣ ଅଭିନେତ୍ରୀଙ୍କ ନାମ ରହିଛି। ସେମାନେ ହେଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ,ଦୀପିକା ପାଦୁକୋନ୍‌ ଓ ପ୍ରିୟଙ୍କା ଚୋପ୍ରା। ଏହି ତିନି ନାମୀ ନାୟିକାଙ୍କ ଭିତରୁ ସବୁଠୁଁ ଆଗରେ ଅଛନ୍ତି ଦୀପିକା। ସବୁଠାରୁ ପ୍ରଶଂସନୀୟ ଅଭିନେତ୍ରୀ ତାଲିକାରେ ନବମ ସ୍ଥାନରେ ରହିଛନ୍ତି ଦୀପିକା ପାଦୁକୋନ୍‌। ତାଙ୍କ ପଛକୁ ଦଶମ ସ୍ଥାନରେ ଅଛନ୍ତି ପ୍ରିୟଙ୍କା ଚୋପ୍ର। ଏକାଦଶ ସ୍ଥାନରେ ଅଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ।


ଅର୍ଥାତ୍‌ ଦୀପିକାଙ୍କ ପଛରେ ରହିଗଲେ ଦେଶୀ ଗର୍ଲ ପ୍ରିୟଙ୍କା। ଆଉ ଏକ ଗୁରତ୍ୱପୂର୍ଣ୍ଣ କଥା ହେଲା ଏହି ତାଲିକାରେ ବଲିଉଡର କେବଳ ଜଣେ ଅଭିନେତାଙ୍କ ନାଆଁ ଅଛି। ସେ ହେଲେ ଅମିତାଭ ବଚ୍ଚନ।

ସମ୍ବନ୍ଧିତ ଖବର