‘ମେଟ୍‌ ଗାଲା’ରେ ଚମକିଲେ ଡିପି,ପିସି

ଫେଶନ୍‌ ଦୁନିଆର ଓସ୍କାର୍‌ ଭାବେ ପରିଚିତ ‘ମେଟ୍‌ ଗାଲା ୨୦୧୮’ ନିଉ ୟକ୍‌ର୍ର ‘ମେଟ୍ରୋପଲିଟାନ୍‌ ମିଉଜିଅମ୍‌ ଅଫ୍‌ ଆଟ୍‌ର୍’ ପରିସରରେ ଆୟୋଜିତ ହୋଇଥିଲା । ଏହି ରଂଗାରଂଗ ଉତ୍ସବରେ ବଲିଉଡ୍‌ର ଦୁଇ ସଫଳ ଅଭିନେତ୍ରୀ ଦୀପିକା ପାଦୁକୋଣ ଓ ପ୍ରିୟଙ୍କା ଚୋପ୍ରା ଦେଖିବାକୁ ମିଳିଥିଲେ। ରେଡ୍‌ କାର୍ପେଟ୍‌ରେ ଦୁଇ ଅଭିନେତ୍ରୀଙ୍କ ଚାଲିବା ଦୃଶ୍ୟ ଅନ୍ୟମାନଙ୍କଠାରୁ ଅଧିକ ଆକର୍ଷଣୀୟ ଥିଲା। ସ୍ୱତନ୍ତ୍ର ଡିଜାଇନ୍‌ରେ ପ୍ରସ୍ତୁତ ଓଢ଼ଣି ଲଗା ରେଶମୀ ଗାଉନ୍‌ ପିନ୍ଧିଥିଲେ ପ୍ରିୟଙ୍କା, ଯେଉଁଥିରେ ସୁନା-କଣ୍ଠି ଲାଗିଥିଲା। ତା’ ସାଙ୍ଗକୁ ତାଙ୍କର ନିଆରା କେଶ-ବିନ୍ୟାସ ଅନ୍ୟମାନଙ୍କୁ ବେଶ ଆକୃଷ୍ଟ କରିଥିଲା। ଦୀପିକା ବି କିଛି କମ୍‌ ନ ଥିଲେ। ଲାଲ ରଂଗର ଲମ୍ବା ଗାଉନ୍‌ ପିନ୍ଧି ଆଖିଝଲସା ଆଲୁଅରେ ଚମକିଥିଲେ। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ଥିଲା- ‘ହେଭେନ୍‌ଲି ବଡିଜ୍‌: ଫେଶନ୍‌ ଆଣ୍ଡ୍‌ କାଥୋଲିକ୍‌ ଇମାଜିନେଶନ୍‌’। ତେବେ, ଏ ଦୁଇ ଅଭିନେତ୍ରୀଙ୍କ ପୋଷାକ ପରିଧାନକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭିନ୍ନ ମତ ପ୍ରକାଶ ପାଇଛି। ବିଷୟବସ୍ତୁ ଆଧାରରେ ପ୍ରିୟଙ୍କାଙ୍କ ବେଶ-ପୋଷାକକୁ ଅନେକ ବ୍ୟକ୍ତି ପସନ୍ଦ କରିଥିବାବେଳେ, ଦୀପିକା ଏ ଦିଗରେ ପଛରେ ପଡ଼ିଯାଇଛନ୍ତି।

ସମ୍ବନ୍ଧିତ ଖବର