ମୁମ୍ବାଇ: ଦୁନିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ନିକ୍ ଜୋନ୍ସ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ଏକ ରୋଚକ କଥା ସାମ୍ନାକୁ ଆସିଛି। ବାହା ହେବା ପୂର୍ବରୁ ପ୍ରିୟଙ୍କା ପତି ନିକ୍ଙ୍କ ବିଷୟରେ ଖୋଳତାଡ଼ କରିଥିଲେ ବୋଲି ସେ ଏକ ସାକ୍ଷାତ୍କାରରେ କହିଛନ୍ତି।
ନିକ୍ଙ୍କୁ ଡେଟ୍ କରୁଥିବା ସମୟରେ ପ୍ରିୟଙ୍କାଙ୍କ ମା’ଙ୍କ ସହିତ ନିକ୍ ଥରେ ମଧ୍ୟାହ୍ନ ଭୋଜନ କରିବା ପାଇଁ ହୋଟେଲ୍ ଯାଇଥିଲେ। ପ୍ରିୟଙ୍କାଙ୍କ ମା’ଙ୍କ ସହିତ ନିକ୍ ଯେତେବେଳେ ଖାଇବା ଟେବୁଲ୍ରେ ବସିଥିଲେ, ସେ ତାଙ୍କ ସୁରକ୍ଷାକର୍ମୀଙ୍କୁ ମା’ଙ୍କ ସହିତ ପଠାଇଥିଲେ। ଉଦ୍ଦେଶ୍ୟ ଥିଲା, ନିକ୍ ଓ ତାଙ୍କ ମା’ କେଉଁ ବିଷୟରେ କଥା ହେଉଛନ୍ତି ସେ ବିଷୟରେ ଜାଣିବା। ତେବେ ନିକ୍ ସୁରକ୍ଷାକର୍ମୀଙ୍କୁ ଆସିବାକୁ ନେଇ ଯେତେବେଳେ ପ୍ରଶ୍ନ ଉଠାଇଥିଲେ, ପ୍ରିୟଙ୍କା ଫଟୋ ଉଠାଇବା ପାଇଁ ସୁରକ୍ଷାକର୍ମୀଙ୍କୁ ପଠାଇଥିବା କହିଥିଲେ। ବିବାହ ପରେ ପ୍ରିୟଙ୍କା ନିକ୍ଙ୍କୁ ଏ ବିଷୟରେ ଜଣାଇଥିବା କହିଛନ୍ତି।