ମୁମ୍ବାଇ: ମଙ୍ଗଳବାର ରାତିର ମୁମ୍ବାଇଠାରେ ଆୟୋଜିତ ହୋଇଥିଲା ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ବିବାହ ଭୋଜି। ସେଠାରେ ଯୋଗ ଦେଇଥିଲେ ବହୁ ବଡ଼ ବଡ଼ ସେଲିବ୍ରେଟି। କାହାଠାରୁ କେହି କମ୍ ନଥିଲେ। ସମସ୍ତେ ଦିଶିଥିଲେ ଭିନ୍ନ ଅନ୍ଦାଜରେ। ଏହି ପାର୍ଟିରେ ଶାହାରୁଖ ଖାନ୍, ପ୍ରିୟଙ୍କା ଚୋପ୍ରା, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, କ୍ୟାଟ୍ରିନା କୈଫ୍, ରେଖା, ଶ୍ରୀଦେବୀ, ବୋନି କପୁର୍, କଙ୍ଗନା ରାଣାଓ୍ଵତ, ମାଧୁରୀ ଦିକ୍ଷିତ୍ ଆଦି ବହୁ କଳାକାର ଯୋଗ ଦେଇ ପାର୍ଟିର ଶୋଭା ବର୍ଦ୍ଧନ କରିଥିଲେ। ସମସ୍ତେ ନିଜ ହିସାବରେ ଥିଲେ ସ୍ୱତନ୍ତ୍ର। ତେବେ ଚାଲନ୍ତୁ ଦେଖିବା କିଏ କିପରି ଦିଶୁଥିଲେ।
ଶ୍ରୀଦେବୀ ଏକ ପାରମ୍ପରିକ ଜରି ପକା ଶାଢ଼ି ପରିଧାନ କରିଥିଲେ। ଭେଲ୍ଭେଟ୍ ନିିର୍ମିତ ଏହି ଶାଢ଼ିକୁ ତିଆରି କରିଥିଲେ ମନୀଷ ମାଲହୋତ୍ରା।
କଙ୍ଗନା ରାଣାଓ୍ଵତ କାଞ୍ଜିବରମ୍ ଶାଢ଼ି ପରିଧାନ କରିଥିଲେ। ତାହା ସହ ପିନ୍ଧିଥିଲେ ଏକ୍ ସିଲ୍କ ବ୍ଲାଉଜ୍। ଏହି ଶାଢ଼ିର ଡିଜାଇନର୍ ହେଉଛନ୍ତି ସାବ୍ୟସାଚ୍ଚୀ।
ମାଧୁରୀ ଦିକ୍ଷିତ ଏକ ପୂରା ହାତ ବ୍ଲାଉଜ୍ ସହ ଯେଉଁ ଶାଢ଼ିଟିକୁ ପିନ୍ଧିଛନ୍ତି ତାହାକୁ ତିଆରି କରିଛନ୍ତି ତରୁଣ ତହିଲିଆନି।
ପ୍ରତି ଥର ପରି ରେଖା ଏକ ପାରମ୍ପରିକ ଶାଢ଼ିରେ ନଜର ଆସିଥିଲେ। ଏଥର ପିନ୍ଧିଥିବା ସୁନେଲୀ ଏବଂ ଗୋଲାପୀ ଶାଢ଼ିରେ ବେଶ୍ ଆକର୍ଷଣୀୟ ଦିଶୁଥିଲେ ରେଖା।
ଏମାନଙ୍କ ବ୍ୟତୀତ ସାରା ଅଲ୍ଲୀ ଖାନ, ଆଦିତି ରାଓ ହାଇଦରି ଏବଂ ସାଇନା ନେହେଓ୍ଵାଲ୍ ଆଦି ଡ୍ରେସ୍ରେ ନଜର ଆସିଥିଲେ।