‘ଭାରତ’ ଛାଡ଼ି ପ୍ରିୟଙ୍କାଙ୍କ ବିବାହ ନିଷ୍ପତ୍ତିକୁ ନାପସନ୍ଦ କଲେ ପ୍ରଯୋଜକ; ପ୍ରିୟଙ୍କାଙ୍କ ବିରୋଧରେ ଦେଲେ ଏପରି ଟିପ୍ପଣୀ
ମୁମ୍ବାଇ: ଏବେ କିଛି ଦିନ ହେବ ଖୁବ୍ ଚର୍ଚ୍ଚା ଚାଲିଛି ପ୍ରେମିକ୍ ନିକ୍ଙ୍କ ସହ ପ୍ରିୟଙ୍କାଙ୍କ ବିବାହ ଓ ଏପଟେ ବିବାହ ପାଇଁ ଦେଶୀଗର୍ଲଙ୍କ ‘ଭାରତ’ ଚଳଚ୍ଚିତ୍ର ଛାଡ଼ିବା ନିଷ୍ପତ୍ତିକୁ ନେଇ। ପ୍ରିୟଙ୍କା ତାଙ୍କ ପ୍ରେମିକଙ୍କ ସହ ନିର୍ବନ୍ଧ କରି ସାରିଲେଣି। ଏପଟେ ‘ଭାରତ’ ଛାଡ଼ିଥିବାରୁ ତାଙ୍କ ସ୍ଥାନ ପୁରଣ କରିବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍।
ମାତ୍ର ବିବାହ ପାଇଁ ପ୍ରିୟଙ୍କାଙ୍କ ଚଳଚ୍ଚିତ୍ର ଛାଡ଼ିବା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ପ୍ରଯୋଜକ ନିଖିଲ ନମିତ। ସେ କହିଛନ୍ତି କି ବିବାହ ପାଇଁ କାମ ଛାଡ଼ିବା ପ୍ରିୟଙ୍କାଙ୍କର ଏକ ଅଣପେସାଦାର ଆଚ୍ଚରଣ। ‘ଜୟ ଗଙ୍ଗାଜଳ’ ଜରିଆରେ ପ୍ରିୟଙ୍କା ଶେଷ ଥର ପାଇଁ ୨୦୧୬ ମସିହାରେ ବିଲିଉଡ୍ରେ ଦେଖିବାକୁ ମିଳିଥିଲେ। ସେ ପୁଣି ଥରେ ରୁପେଲି ପରଦାରେ ‘ଭାରତ’ ଜରିଆରେ େଦେଖା ଦେବେ ବୋଲି କହିଥିଲେ। ଏପରିକି ସେ ତାଙ୍କର ଉତ୍ସୁକତାକୁ ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ରେ ବି ପ୍ରକାଶ କରିଥିଲେ। ସଲମାନଙ୍କୁ ଭେଟିବା ସହ ଦର୍ଶକଙ୍କୁ ସର୍ପ୍ରାଇଜ୍ ଦେବା ନେଇ ସେ ନିଜର ଖୁସି ସୋସିଆଲ୍ ମିଡିଆ ଜରିଆରେ ବ୍ୟକ୍ତି କରିଥିଲେ।
ପ୍ରିୟଙ୍କା ଚୋପ୍ରା ଆଉ ‘ଭାରତ’ରେ ନାହାନ୍ତି ବୋଲି ନିର୍ଦ୍ଦେଶକ ଅଲ୍ଲି ଆବାସ ଜଫର୍ ଟୁଇଟ୍ କରି ଦର୍ଶକଙ୍କୁ ସୂଚନା ଦେଇଛନ୍ତି। ସେ କାହିଁକି ନାହାନ୍ତି, ତାହାର କାରଣ ଖୁବ୍ ନିଆରା ବୋଲି ମଧ୍ୟ ଅଲ୍ଲି ଜଣାଇଛନ୍ତି। ପ୍ରେମିକ ନିକ୍ଙ୍କୁ ବିବାହ ପାଇଁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ଓ ଏଥିପାଇଁ ତାଙ୍କ ଟିମ୍ ଖୁବ୍ ଖୁସି ବୋଲି ନିର୍ଦ୍ଦେଶକ ମତ ରଖଛନ୍ତି।