ବାସ୍ତବରେ କ’ଣ ବିବାହ ପାଇଁ ‘ଭାରତ’ ଛାଡ଼ିଲେ ପ୍ରିୟଙ୍କା? ଜାଣନ୍ତୁ ଏ ନେଇ କି ପ୍ରତିକ୍ରିୟା ରଖିଲେ ସଲମାନ

ଗତ କିଛି ମାସ ମଧ୍ୟରେ ମନୋରଞ୍ଜନ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ବିଦେଶୀ ପ୍ରେମିକ୍‌ ନିକ୍‌ ଜୋନ୍‌ସ। ଅନେକ ଉତ୍ସବରେ ଏହି ଯୁଗଳ ଏବେ ଏକତ୍ର ନଜର ଆସୁଛନ୍ତି। ନିକଟରେ ପ୍ରିୟକଙ୍କା ଭାରତ ଆସିଥିବା ସମୟରେ ନିକ୍‌ ତାଙ୍କୁ ସାଥ୍‌ ଦେବାକୁ ଭାରତ ଆସିଥିଲେ। ଖାଲି ସେତିକି ନୁହେଁ, ପ୍ରିୟଙ୍କା ନିଜ ମାଆ ଓ ତାଙ୍କର କିଛି ବନ୍ଧୁଙ୍କ ସହ ମଧ୍ୟ ସେ ନିକ୍‌ଙ୍କ ସାକ୍ଷାତ କରାଇଥିଲେ। ଏପରିକି ପ୍ରିୟଙ୍କା ବି ନିକ୍‌ଙ୍କ ଜନ୍ମଦିନ ପାଳନ କରି ସଂପର୍କ ବିଷୟରେ ଲୋକଙ୍କର ସନ୍ଦେହକୁ ଆହୁରି ଟିକେ ଦୃଢ଼ିଭୂତ କରିଥିଲେ।

ଆପଣଙ୍କ ନିକଟରେ ସୂଚନା ଥିବ ନିଶ୍ଚୟ ଯେ ପ୍ରିୟଙ୍କ ଚଳଚ୍ଚିତ୍ର ‘ଭାରତ’ ପାଇଁ ସାଇନ୍‌ କରି ସାରି ମଧ୍ୟ ତାହାକୁ ଅଧାରୁ ଛାଡ଼ି ଦେଇଛନ୍ତି। ଏ ନେଇ କଥା ଉଠୁଛି ଯେ ସେ କୁଆଡ଼େ ପ୍ରେମିକ୍‌ ନିକ୍‌ଙ୍କୁ ଅକ୍ଟୋବରରେ ବିବାହ କରିବା ପାଇଁ ଚଳଚ୍ଚିତ୍ରରୁ ବିଦାୟ ନେଇଛନ୍ତି। ଆଉ କେହି କେହି କହୁଛନ୍ତି କି ସେ ହଲିଉଡ୍‌ର ଏକ ବଡ଼ ଚଳଚ୍ଚିତ୍ରରୁ ଅଫର୍‌ ପାଇବା ପରେ ବଲିଉଡ୍‌ ଚଳଚ୍ଚିତ୍ରକୁ ବାୟ ବାୟ କହିଛନ୍ତି।

ଏ ସଂପର୍କରେ ଯେତେବେଳେ ‘ଭାରତ’ର ନାୟକ ସଲମାନଙ୍କୁ ପଚରାଗଲା ସେ କ’ଣ କହିଲେ ଜାଣନ୍ତି? ସେ କହିଲେ କି ‘ବାସ୍ତବରେ ପ୍ରିୟଙ୍କା କାହିଁକି ଚଳଚ୍ଚିତ୍ର ଛାଡ଼ିଛନ୍ତି ଏ ନେଇ ମୋର ଧାରଣା ନାହିଁ। ଆଜିକାଲି ବ୍ୟସ୍ତତା ହେତୁ ମୁଁ ବେଶି ଖବରକାଗଜ ପଢ଼ିପାରୁ ନାହିଁ। ତେଣୁ ମୋତେ ବି ଜଣାନାହିଁ ପ୍ରକୃତ କାରଣ। ଯଦି ମୁଁ କାରଣ ଜାଣିପାରିବି ଭବିଷ୍ୟତରେ ନିଶ୍ଚୟ ଜଣାଇବି।

ସମ୍ବନ୍ଧିତ ଖବର