ପ୍ରିୟଙ୍କା ଚୋପ୍ରାଙ୍କ ପ୍ରେମିକଙ୍କ ସଂପର୍କରେ କ’ଣ ଇଶାରା କଲେ ନେହା ଧୂପିଆ ?

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସଙ୍କ ପ୍ରେମ ସଂପର୍କର ଚର୍ଚ୍ଚା ଥମି ନଥିବା ବେଳେ ଜଣେ ବଲିଉଡ ନାୟିକା ଏହି ପ୍ରସଙ୍ଗରେ ମୁହଁ ଖୋଲି କଥାକୁ ଭିନ୍ନ ମୋଡ଼ ଦେଇଛନ୍ତି।
ପ୍ରଥମେ ପ୍ରିୟଙ୍କା ଓ ନିକିଙ୍କ ସଂପର୍କ ଏକ ଗୁଜବ ବୋଲି କୁହାଗଲା,ହେଲେ ଯେବେ ପ୍ରିୟଙ୍କାଙ୍କୁ ଭେଟିବା ପଇ ନିକ୍‌ ଭାରତ ଆସିଲେ, ସେତେବେଳେ କୁହାଗଲା ଯେ ପ୍ରକୃତରେ ଉଭୟଙ୍କ ଭିତରେ ଆଫେଆର୍‌ ଅଛି। ନିକଟରେ ନିକ୍‌ ଜୋନସ ଓ ପ୍ରିୟଙ୍କା ଚୋପ୍ରା ଗୋଆରେ କିଛି ସମୟ ବିତାଇ ଥିିଲେ। ତା’ପରେ ସେ ଦୁହେଁ ବ୍ରାଜିଲ୍‌ ଚାଲିଯାଇଥିଲେ।
ନିକ୍‌ ଜୋନ୍‌ସ ଜଣେ ଉଦୀୟମାନ ସଙ୍ଗୀତ ଶିଳ୍ପୀ। ଏହି କାରଣରୁ ତାଙ୍କର ଅନେକ ଫ୍ୟାନ୍‌ ଫଲୋଅର୍‌ ଅଛନ୍ତି। କିନ୍ତୁ ଏ କଥା କମ୍‌ ଲୋକ ଜାଣନ୍ତି ଯେ ବଲିଉଡ୍‌ର ଜଣେ ନାୟିକା ବି ନିକ୍‌ଙ୍କର ଦିଓ୍ଵାନା। ସେ ହେଲେ ବଲିଉଡର ଷ୍ଟାଇଲିସ୍‌ ଡିଭା ନେହା ଧୂପିଆ।


ପ୍ରିୟଙ୍କା ଓ ନିକ୍‌ ସେମାନଙ୍କ ସଂପର୍କ ବିଷୟରେ କିଛି କହୁନାହାନ୍ତି। କିନ୍ତୁ ନେହା ଧୂପିଆ ପ୍ରିୟଙ୍କା ଚୋପ୍ରାଙ୍କୁ ଟ୍ୟାଗ୍‌ କରି ନିଜର ଇନ୍‌ଷ୍ଟାଗ୍ରାମରେ ଏକ ପୁରୁଣା ଫଟୋ ସେଆର୍‌ କରିଛନ୍ତି, ଯେଉଁଥିରେ ନିକ୍‌ ନଜର ଆସୁଛନ୍ତି। ଏଥିରେ ନେହା କ୍ୟାପସନ୍‌ ଲେଖିଛନ୍ତି ‘ଆର୍କାଇଭ୍‌ ସେ…ପ୍ରିୟଙ୍କା ଦେଖ, ମୋତେ କ’ଣ ମିଳିଲା।’’
ଏହି ଫଟୋରୁ ଜଣାପଡୁଛି ଯେ ନେହା ବି ନିକଙ୍କର ଦିଓ୍ଵାନା। ଚଳିତ ବର୍ଷ ନେହା ଧୂପିଆ ଅଭିନେତା ଅଙ୍ଗଦ ବେଦୀଙ୍କୁ ବିବାହ କରିଛନ୍ତି।

ସମ୍ବନ୍ଧିତ ଖବର