ମୁମ୍ବାଇ: ବଲିଉଡ୍ ଟର୍ଣ୍ଣଡ୍ ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କଠାରୁ ଯଥେଷ୍ଟ ସାନ ଯୁବକଙ୍କୁ ଡେଟିଂ କରୁଥିଲେ ବୋଲି ଖବରଟି ସଭିଙ୍କୁ ବେଶ୍ ଚକିତ କରିଥିଲା। ଏବେ ଆଉ ସେକଥା ନାହିଁ। କଥା ଆଉ ଡେଟିଂ ପାଖରେ ଅଟକି ନାହିଁ, ସିଧା ପହଞ୍ଚିଲାଣି ବିବାହ ପାଖରେ। ଆପଣ ଅନୁମାନ କରିପାରୁଥିବେ ନିଶ୍ଚୟ ଯେ ଏଠାରେ ଆମେରିକୀୟ କଣ୍ଠଶିଳ୍ପୀ ନିକ୍ ଜୋନ୍ସଙ୍କ ସଂପର୍କରେ କୁହାଯାଉଛି।
ବନ୍ଧୁ, ସଂପର୍କୀୟ, ଗଣମାଧ୍ୟମ ପ୍ରତିନିଧୀମାନେ ଦୀର୍ଘ ଦିନ ଧରି କେବଳ ଅନୁମାନ ଲଗାଇ ରହି ଯାଇଥିଲେ। ଏହି ଯୋଡ଼ିଙ୍କ ମଧ୍ୟରୁ କେହି ହେଲେ ସେମାନଙ୍କ ସଂପର୍କକୁ ନେଇ ସାମାନ୍ୟତମ ଖୁଲାସା କରିନଥିଲେ। ଅଗଷ୍ଟରେ ଦୁହେଁ ‘ରୋକା’ କରିବା ପରେ ସେମାନଙ୍କ ସଂପର୍କର ସତ୍ୟତା ବାହାରକୁ ଆସିଥିଲା।
ତେବେ ନିକଟରେ ଏକ ଗଣାମାଧ୍ୟମରେ ପ୍ରିୟଙ୍କା ଦେଇଥିବା ସାକ୍ଷାତ୍କାରରୁ ଜାଣିବାକୁ ମିଳୁଛି ଯେ ଭାରରେ ଏକ ଗ୍ରାଣ୍ଡ୍ ବିବାହ ଜରିଆରେ ସେ ଦୁହେଁ ନିଜ ସଂପର୍କକୁ ସମସ୍ତଙ୍କ ସମ୍ମୁଖରେ ଖୁଲାସା କରିବାର ଯୋଜନା ରଖିଛନ୍ତି। ତେବେ, ଏହି ଗ୍ରାଣ୍ଡ୍ େଓ୍ଵଡିଂ ଡିସେମ୍ବରରେ ହେବ ବୋଲି ଆଶା କରାଯାଉଛି।
ଏତେ ଦିନ ପରେ ନିଜ ପ୍ରେମ ସଂପର୍କ ବିଷୟରେ ଖୁଲାସା କରିବା ସହ ପ୍ରିୟଙ୍କା ସଂପର୍କ ଭିତରେ ପରସ୍ପର ପ୍ରତି ସମ୍ମାନ ଜୁରୁରୀ ବୋଲି ପ୍ରକାଶ କରିଛନ୍ତି। ଉଭୟଙ୍କ କାର୍ଯ୍ୟ ପ୍ରତି ଉଭୟଙ୍କର ଗ୍ରହଣୀୟତା ରହିବା ଆବଶ୍ୟକ ବୋଲି ପ୍ରିୟଙ୍କା ମତ ରଖିଛନ୍ତି।