ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ବାମୀ ନିକ୍ ଜୋନସ୍ ବିହାର ବନ୍ୟାରେ ପ୍ରପୀଡ଼ିତ ଲୋକଙ୍କୁ ରିଲିଫ୍ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଏହି ଦମ୍ପତି ଆସାମ ବନ୍ୟାଞ୍ଚଳକୁ ବି ରିଲିଫ୍ ଦେଇଥିଲେ। ପ୍ରିୟଙ୍କା ଟ୍ବିଟର୍ରେ ଏ କଥା ଘୋଷଣା କରିଥିବା ବେଳେ ଅନ୍ୟମାନଙ୍କୁ ବି ସାହାଯ୍ୟ ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି। ପ୍ରିୟଙ୍କା ଲେଖିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଆସାମ ଭଳି ମୋ ଜନ୍ମ ସ୍ଥାନ ବିହାରରେ ମଧ୍ୟ ବନ୍ୟାବିତ୍ପାତ ଲାଗି ରହିଛି। ଅନେକଙ୍କ ଘର ଭାଙ୍ଗି ଯାଇଛି। ରାତାରାତି ଅନେକ ଲୋକ ବାସହରା ହୋଇଯାଇଛନ୍ତି। ଏଣୁ ଏ ସମୟରେ ଆମେ ସେମାନଙ୍କ ସାହାଯ୍ୟ କରିବା ଉଚିତ। ନିକ୍ ଓ ମୁଁ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କୁ କିଛି ଦାନ କରିଛୁ। ସେମାନେ ବନ୍ୟାପ୍ଲାବିତ ଅଞ୍ଚଳର ରିଲିଫ୍ ଓ ଥଇଥାନ ପାଇଁ କାମ କରନ୍ତି। ଆପଣମାନେ ବି ଆଗେଇ ଆସନ୍ତୁ ଓ ଅସୁବିଧାରେ ପଡ଼ିଥିବା ଆମ ଦେଶର ଲୋକଙ୍କୁ ସାହାଯ୍ୟ କରନ୍ତୁ ବୋଲି ପ୍ରିୟଙ୍କା ଉକ୍ତ ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି।
ବିହାର ବନ୍ୟାଞ୍ଚଳକୁ ରିଲିଫ୍ ଦେଲେ ପ୍ରିୟଙ୍କା-ନିକ୍
/sambad/media/post_attachments/wp-content/uploads/2020/07/sfhsfhsfsfhsfh49874s98fhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)