ସଲମାନ ସୁଟିଂ ସେଟ୍‌ରେ ଏହି କାମ କରୁଥିବା ଜାଣି ପ୍ରିୟଙ୍କା ଫିଲ୍ମ ଭାରତ ଛାଡ଼ିବା କଥା ଭାବିଥିଲେ

ମୁମ୍ବାଇ : ଭାରତ ଏକ ଏପରି ଫିଲ୍ମ ଯାହା ନିର୍ମାଣ ହେବ ବୋଲି ଖବର ଆସିବା ପରେ ହିଁ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । କିଛି ଦିନ ତଳେ ପ୍ରିୟଙ୍କା ଫିଲ୍ମ ଛାଡ଼ିବା ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା । ଯାହା ପରେ ପ୍ରିୟଙ୍କା ହଠାତ୍‌ କ’ଣ ପାଇଁ ଫିଲ୍ମ ଛାଡ଼ିଲେ ସେ ନେଇ ଅନେକ କାରଣ ସାମ୍ନାକୁ ଆଣିଥିଲେ । ଫିଲ୍ମର ସଦସ୍ୟ ଏହି ଖବରକୁ ନେଇ ଅନେକ ମତ ରଖିଥିବା ବେଳେ ଏବେ ପ୍ରିୟଙ୍କା ଫିଲ୍ମ ଛାଡ଼ିବା ପଛରେ ଆଉ ଏକ କାରଣ ସାମ୍ନାକୁ ଆସିଛି ।
ସଲମାନ ସୁଟିଂ ସେଟ୍‌ରେ କରୁଥିବା କାମ ପାଇଁ ପ୍ରିୟଙ୍କା ଫିଲ୍ମ ଛାଡ଼ିବା ନିଷ୍ପତ୍ତିି ନେଇଥିଲେ ବୋଲି ଖବର ଏବେ ଚର୍ଚ୍ଚାକୁ ଆହୁରି ଗରମ କରିଛି ।

WeViral

ସୂଚନା ମୁତାବକ, ସଲମାନ ସୁଟିଂ ସେଟ୍‌ରେ ବିଳମ୍ବରେ ପହଞ୍ଚିବା ସହ ମଧ୍ୟାହ୍ନ ଭୋଜନ ପରେ ହିଁ ନିଜ କାମ ଆରମ୍ଭ କରିଥାନ୍ତି । ଏହା ସହ ସଲମାନଙ୍କ ସହ ଯେଉଁ ଅଭିନେତ୍ରୀ କାମ କରନ୍ତି ସେମାନେ ଅନେକ ସମୟରେ ଫିଲ୍ମ ଦୃଶ୍ୟ ସଲମାନଙ୍କ ଅନୁପସ୍ଥିତିରେ କରିଥାନ୍ତି । ଯାହାକୁ ଜାଣିବା ପରେ ସଲମାନଙ୍କ ଏହି କାମକୁ ପସନ୍ଦ କରି ନଥିଲେ ପ୍ରିୟଙ୍କା । ହଲିଉଡ୍‌ରେ କାମ କରିବା ପରେ ସେ ନିଜ କାମକୁ ନେଇ ଅଧିକ ସଚେତନ ହେବା ସହ ସଲମାନଙ୍କ କାମ କରିବାର ଶୈଳୀକୁ ପସନ୍ଦ ନ କରି ଏହି ଫିଲ୍ମ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ।

ସମ୍ବନ୍ଧିତ ଖବର