କର୍‌ବା ଚୌଥ ପର୍ବକୁ ଉତ୍ତର ଭାରତର ହିନ୍ଦୁ ମହିଳାମାନେ ବହୁସଂଖ୍ୟାରେ ପାଳନ କରନ୍ତି। କାର୍ତ୍ତିକମାସ କୃଷ୍ଣପକ୍ଷ ଚତୁର୍ଥୀରେ ଏହି ପର୍ବ ପାଳନ ହୋଇଥାଏ। ସଂସ୍କୃତରେ ଏହାକୁ କରକ ଚତୁର୍ଥୀ ମଧ୍ୟ କୁହାଯାଇଥାଏ। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିକ୍‌ ଜୋନାସ୍‌ଙ୍କୁ ବିବାହ କରିବା ପରଠାରୁ ପ୍ରତିବର୍ଷ ତାଙ୍କ ସହିତ ଉକ୍ତ ପର୍ବ ପାଳନ କରିଆସୁଛନ୍ତି। ନିକ୍‌ ମଧ୍ୟ ପ୍ରିୟଙ୍କାକୁ ଏଥିପାଇଁ ସହଯୋଗ କରିଆସିଛନ୍ତି। ସ୍ବାମୀମାନଙ୍କ ମଙ୍ଗଳ କାମନା କରି ବିବାହିତ ମହିଳାମାନେ ଏହି ପର୍ବରେ ଉପବାସ କରିଥାନ୍ତି। କିନ୍ତୁ ଚଳିତବର୍ଷ ସେ ଏହି ପର୍ବ ସ୍ବାମୀ ନିକ୍‌ଙ୍କ ସହ ପାଳନ କରିବା ସମ୍ଭାବନା ପ୍ରାୟତଃ ନାହିଁ। କାରଣ ପ୍ରିୟଙ୍କା ଏବେ ମୁମ୍ବାଇ ଗସ୍ତରେ ଅଛନ୍ତି। ସେ ମାମି ସିନେମା ଉତ୍ସବ ସ‌ହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ।

Advertisment

publive-image

ନଭେମ୍ବରର ପ୍ରଥମ ସପ୍ତାହରେ ତାଙ୍କର ଲସ୍‌ ଏଞ୍ଜେଲେସ୍‌ ଫେରିବା ସମ୍ଭାବନା ମଧ୍ୟ ନାହିଁ। ଏକ ସୂଚନା ଅନୁଯାୟୀ ପ୍ରିୟଙ୍କା ବିଶାଳ ଭରଦ୍ବାଜଙ୍କ ସହିତ ଏକ ସିନେମା ନେଇ ତାଙ୍କର ଚୁକ୍ତି କରିବାର ଅଛି। ଏଥିସହିତ ତାଙ୍କର ଅନ୍ୟ କେତେକ ବୈଠକ ମଧ୍ୟ ସ୍ଥିର ହୋଇଛି। ତେଣୁ ସେସବୁ କାର୍ଯ୍ୟ ଶେଷକରି ସେ ଆମେରିକା ଫେରିବେ। ତେଣୁ ଚଳିତବର୍ଷ ନିକ୍‌ଙ୍କ ସହିତ ସେ ଏହି ପର୍ବ ପାଳିବା ଆଶା ନାହିଁ। ନିକ୍‌ଙ୍କ ସହିତ ଉକ୍ତ ପର୍ବ ପାଳନ କରି ନପାରିଲେ ମଧ୍ୟ ସେ ନିଜେ ଏହି ପର୍ବ ଭାରତରେ ପାଳନ କରିବେ ବୋଲି ଆଶା କରାଯାଉଛି। ଉକ୍ତ ପର୍ବ ପାଳନ ସମୟରେ ପ୍ରିୟଙ୍କା ଭାରତୀୟ ପୋଷାକ ମଧ୍ୟ ପିନ୍ଧନ୍ତି।