ପ୍ରଥମ ଓଡ଼ିଆ ସିନେମାରୁ କାହିଁକି ଓହରିଯାଇଥିଲେ ଏହି ଓଲିଉଡ ନାୟିକା ?

ଭୁବନେଶ୍ୱର: ଓଲିଉଡରେ ଏଣ୍ଟ୍ରି ନେଇଛନ୍ତି ଜଣେ ନୂଆ ନାୟିକା। ନାଆଁ ତାଙ୍କର ପ୍ରିୟଙ୍କା ପ୍ରିୟଦର୍ଶିନୀ।ଏହି ନୂଆ ନାୟିକାଙ୍କ ପ୍ରଥମ ସିନେମା ରିଲିଜ୍‌ ହୋଇସାରିଛି। ଏହା ହେଲା ‘ଆମ୍‌ଗେ ଜୁଳୀ’ । ଏହା ହେଉଛି ହୋ’ ଭାଷାର ସିନେମା। ଏହି ଫିଲ୍ମଟି ଗତ ୫ ତାରିଖରେ ରିଲିଜ୍‌ ହୋଇଛି। ଏଥିରେ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ଅଭିନୀତ ଚରିତ୍ରଟିର ନାଆଁ ହେଲା ପ୍ରିୟା। ସେ ଜଣେ ଗାଉଁଲି ଝିଅ ଚରିତ୍ରରେ ଅଛନ୍ତି। ଏହି ସିନେମାରେ ନୂଆ ନାୟକ ସାଜନ୍‌ଙ୍କ ବିପକ୍ଷରେ ନାୟିକା ହୋଇଛନ୍ତି ପ୍ରିୟଙ୍କା।


‘ଆମ୍‌ଗେ ଜୁଳୀ’ ପୂର୍ବରୁ ଅନ୍ୟ କୌଣସି ସିନେମାରେ ସୁଯୋଗ ପାଇଥିଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ । ହଁ ନିର୍ଦ୍ଦେଶକ ଏନ୍‌.ପାଢ଼ୀଙ୍କ ଏକ ସିନେମାରେ ନାୟିକା ଭୂମିକା ଲାଗି ମୁଁ ମନୋନୀତ ହୋଇଥିଲେ ସେ । କିନ୍ତୁ ନିର୍ମାତା ତିନି ବର୍ଷିଆ ଚୁକ୍ତିନାମା କରିବାକୁ ଚାହିଁବାରୁ ଓହରିଯାଇଥିଲେ।
‘ଆମ୍‌ଗେ ଜୁଳୀ’ ପରେ ତାଙ୍କରଏବେ ତାଙ୍କର ଦୁଇଟି ଫିଲ୍ମ ରିଲିଜ୍‌ ଅପେକ୍ଷାରେ ରହିଛି। ଏଥି ମଧ୍ୟରୁ ପ୍ରଥମଟି ହେଲା ‘ଲଭ୍‌ ଇନ୍‌ କ୍ୟାପିଟାଲ୍‌’ ଓ ଅନ୍ୟଟି ‘ତୁ ମୋ ଡ୍ରିମ୍‌ଗାର୍ଲ’।

ସମ୍ବନ୍ଧିତ ଖବର